ରଣପୁର ଏନଏସିରେ ବେଆଇନ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନ ଚଢାଉ : ୧୧ ଜଣଙ୍କ ଠାରୁ ପାଞ୍ଚହଜାର ଜୋରିମାନା ଆଦାୟ

ନୟାଗଡ଼ ,୦୮/୦୯(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବେଆଇନ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ମଙ୍ଗଳବାର ଦିନ ଚଢାଉ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କନିଷ୍ଠ ପରିମଳ ବିଶେଷଜ୍ଞ କୁମାର ସୁଜିତ ,ସମସ୍ତ ସ୍ୱଚ୍ଛ ସାଥି ,ଟିକସ ଅସୁଲକାରୀ,ଅମିନ ତଥା ଅନ୍ୟ କର୍ମଚାରୀଙ୍କ ସମେତ ରଣପୁର ପୋଲିସ ବାହିନୀ ସହାୟତାରେ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା ଏନଏସିର । ପ୍ରାୟ ୨୦ ଗୋଟି ବ୍ୟବସାୟୀଙ୍କୁ ଚଢାଉ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଠାରୁ ୨୦ କେଜି ପ୍ଲାଷ୍ଟିକ ପଲ୍ଲୀଥିନ, ସୋଲ ଦନା ଓ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇ ଟ ୫୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଅଛି । ଆଗାମୀ ଦନରେ ଏଭଳି ଚଢାଉ ଜରି ରହିବା ଓ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନିକଟରେ ରାଜସ୍ବ ଆଦାୟରେ ଶ୍ରେଷ୍ଠତ୍ଵ ପାଇଁ ରଣପୁର ଏନଏସି ରାଜ୍ୟ ସରକାରଙ୍କ ଠାରୁ ୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ସ୍ଵାୟତ ଶାସନ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହୋଇଥିଲା । ଏନଏସି ପକ୍ଷରୁ ଚଢାଉକୁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତମାନେ ପ୍ରଶଂସା କରିବା ସହ ସହରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି l
