ଜେଲରେ ଥିବା ବିଚରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ଲୋକଙ୍କ ଉତ୍ତେଜନା

Independence

ମାଲକାନଗିରି, ୮।୯ ବିଚାରାଧୀନ କଏଦୀ କବିରାଜ ରାଉତଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା। ଗଞ୍ଜେଇ ମାମଲାରେ ପ୍ରାୟ ଚାରି ବର୍ଷ ଧରି ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ଘଟିବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସାରେ ଅବହେଳା ଏବଂ ମୃତ୍ୟୁର ପ୍ରକୃତ କାରଣ ନେଇ ସନ୍ଦେହ ପ୍ରକାଶ କରିବା ସହ ଶବ ବ୍ୟବଛେଦ ପାଇଁ କୋରାପୁଟ ନେବା କଥା ଜାଣିବା ପରେ ପରିବାର ଲୋକେ ହସ୍ପିଟାଲ ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ପରିବାର ସଦସ୍ୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କ ସହ ମରୁତ ଦେହକୁ କୋରାପୁଟ ପଠାଯାଇଥିବା ବେଳେ ସେଠାରେ ଚାରିଜଣ ଡାକ୍ତର ଏବଂ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.