
ନୟାଗଡ଼: ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କୋମାରେ, ନୟାଗଡ଼ ମେଡିକାଲ୍ ଅଲଟ୍ରାସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ସହିତ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ତଥା ଆଇନଜୀବି ରଣଜିତ ଦାଶ।
ସାଧାରଣ ଲୋକଙ୍କୁ ଅଲଟ୍ରାସାଉଣ୍ଡ ଭଳି ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁଥିବାରୁ ଏହାର ତୁରନ୍ତ ସମାଧାନ ଆବଶ୍ୟକ।
ଆଗାମୀ ଦିନରେ ଯଦି ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ଜନସାଧାରଣଙ୍କ ସ୍ୱାର୍ଥରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।
