ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ସୀମା ଟପିଲେ ବିଧାୟକଙ୍କ ଦୁଇ ପୁଅ… !

ଆସିକା ଥାନାରେ ଅଭିଯୋଗ ହେଲା ସନ୍ଦୀପ-ସଂଗୀତ- କାଳିଆ ନାମରେ……!

ପୋଲିସ ର ପଦକ୍ଷେପ କୁ ନେଇ ସାଧାରଣ ରେ ଦୃଷ୍ଟି…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପଞ୍ଚାୟତ ସମିତି ର ଅଷ୍ଟମ ବୈଠକରେ ଆସିକା ବିଧାୟକ ଉପସ୍ଥିତି ରେ ତୁମ୍ବି ତୋଫାନ ସହ ହୋ ହାଲ୍ଲା ହୋଇଥିବା ଦେଖିବାକୁ ମିଳିଛି। ହରିଡ଼ା ପଦର ମହିଳା ସରପଞ୍ଚ ଙ୍କୁ ବିଧାୟକଙ୍କ ପୁତ୍ର ସଂଗୀତ ପାଢ଼ୀ ସନ୍ଦୀପ ପାଢ଼ୀ ଙ୍କ ସମେତ କାଳିଆ ନାହାକ ନାମକ ଯୁବକ ଜଣଙ୍କ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ନେଇ ଆସିକା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଦୀର୍ଘ ଦୁଇ ବର୍ଷ ପରେ ସମିତି ବୈଠକ ଚାଲିଥିବା ବେଳେ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ମାନେ ଉନ୍ନୟନ କାର୍ଯ୍ୟରେ ଅବହେଳା ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ସମୟରେ କୁଆଡ଼େ କାଳିଆ ନାମକ ବ୍ୟକ୍ତି ମହିଳା ସରପଞ୍ଚ ଙ୍କୁ ଆକ୍ଷେପ କରି ଗାଳିଗୁଲଜ ଆରମ୍ଭ କରିଥିବା ବେଳେ ବିଧାୟକ ଙ୍କ ଦୁଇ ପୁଅ ଏଥିରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ଉଭୟ ଗୋଷ୍ଠି ମଧ୍ୟରେ ତିକ୍ତତା ବଢ଼ିଯାଇଛି। ବର୍ତ୍ତମାନ ପୋଲିସ ର ପଦେକ୍ଷପ କଣ ରହିବ ତାହା ସାଧାରଣ ରେ ଚର୍ଚ୍ଚା…

ad-week
Leave A Reply

Your email address will not be published.