ରଣପୁର ମୁସଲିମ ସାହିରୁ ୧୪୫ ଗ୍ରାମ ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

ନୟାଗଡ଼,୧୧/୦୯(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅନ୍ତର୍ଗତ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ମୁସଲିମ ସାହିରୁ ଗୁରୁବାର ୧୪୫ ଗ୍ରାମ ବ୍ରାଉନ ସୁଗାର ସହିତ ବେପାରୀକୁ ଗିରଫକରିଛି ରଣପୁର ଅବକାରୀ ପୋଲିସ l ସୂଚନା ଅନୁଯାୟୀ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ମୁସଲିମ ସାହିର ମିର ମହମ୍ମଦଙ୍କ ପୁଅ ମୀର ସାହିଲ ବ୍ରାଉନ ସୁଗାର ବେପାର କରୁଥିଲେ l ଖବର ପାଇ ରଣପୁର ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କ ସମେତ ଏ.ଏସ.ଆଇ ନିର୍ମଳ ବେହେରା,କନଷ୍ଟେବଳ ବିକାଶ ଜେନା,ସଞ୍ଜୀବ ମହାପାତ୍ର,ରମ୍ଭା ରାଉତ ଘଟଣା ସ୍ଥଳରେ ପହଞ୍ଚି ବ୍ରାଉନ ସୁଗାର ବେପାରୀ ମୀର ସାହିଲଙ୍କ ଠାରୁ ୧୪୫ ଗ୍ରାମ ବ୍ରାଉନ ସୁଗାର ସହିତ ହିରୋ ଗ୍ଲାମର ଗାଡ଼ି ଜବତ କରିଥିଲେ । ଏହି ୧୪୫ ଗ୍ରାମ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ରଣପୁର ଅବକାରୀ ଥାନାଅଧିକାରୀ ଶ୍ରୀ ରାଉତଙ୍କ ଠାରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.