ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ପକ୍ଷରୁ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ପରିବେଶ ରକ୍ଷା ପାଇଁ ଏନଫୋର୍ସମେଣ୍ଟ ଟିମ୍ ତରଫରୁ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଚଢ଼ାଉ କରାଯାଇଥିଲା ।ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ସମୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ଗ୍ଲାସ, ଚାମଚ, ପଲିଥିନ, ଥର୍ମୋପ୍ଲେଟ ଆଦି ସାମଗ୍ରୀ ଗୁଡିକର ବ୍ୟବହାର ଓ ବିକ୍ରି ସମ୍ପର୍କରେ ତନଖି କରାଯାଇଥିଲା ।ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତି ଓ ବ୍ୟବସାୟୀ ମାନଙ୍କ ଠାରୁ ୩୧ଶହ ଟଙ୍କା ଜୋରିମାନା ସହିତ ୧୨ କେଜି ପଲିଥିନ ଜବତ କରାଯାଇଛି। ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଓ ବିକ୍ରି ବନ୍ଦ କରିବା ପାଇଁ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବ୍ୟବସାୟୀ ଓ ଜନସାଧାରଣ ମାନଙ୍କୁ ସଚେତନ କରିବା ସହିତ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଓଡ଼ଗାଁ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।ଏନଫୋର୍ସମେଣ୍ଟ ଟିମରେ ସାନିଟେସନ ଏକ୍ସପର୍ଟ ବରଦା ପ୍ରସନ୍ନ ଦାସ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ସୁଦୀପ୍ତ କୁମାର ଛୁଆଳସିଂ, ପ୍ରତାପ କୁମାର ଜେନା, ସୋମନାଥ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।
