ଜିଲ୍ଲାର ତ୍ରିସ୍ତରୀୟ ନିର୍ବାଚନରେ ନିର୍ଦ୍ଧାରିତ ତାରିଖକୁ ନେଇ ଜିଲ୍ଲାର ପ୍ରିଜାଇଡିଙ୍ଗ୍ ଓ ପୋଲିଙ୍ଗ ପାର୍ଟି ଅସନ୍ତୋଷ

add-all

ଫୁଲବାଣୀ : ଆଜି ପୁଣିଥରେ ଜିଲ୍ଲାର ତ୍ରିସ୍ତରୀୟ ନିର୍ବାଚନରେ ନିର୍ଧାରଣ ତାରିଖକୁ ନେଇ ଜିଲ୍ଲାର ପ୍ରିଜାଇଡିଙ୍ଗ୍ ଓ ପୋଲିଙ୍ଗ ପାର୍ଟି ଅସନ୍ତୋଷ ପ୍ରକାଶ କରିବା ସହିତ ଏକ ଦାବୀପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦିଆଗଲା । ଯେଉଁ ମାନଙ୍କ ନିର୍ବାଚନ ୧୬ଓ ୧୮ ଫେବୃୟାରୀରେ ଅଛି ସେମାନଙ୍କୁ ୧୪ ତାରିଖରେ ନିର୍ଦ୍ଧାରିତ ବ୍ଲକରେ ରିପୋର୍ଟିଙ୍ଗ୍ କରିବାକୁ ଚିଠି ହୋଇଥବା ବେଳେ ୨୦,୨୨ ଓ ୨୪ ତାରିଖରେ ଯେଉଁ ମାନଙ୍କ ନିର୍ବାଚନ ଡ୍ୟୁଟି ଅଛି ସେମାନଙ୍କୁ ୧୯ ତାରିଖରେ ନିର୍ଧାରିତ ବ୍ଲକରେ ରିପୋର୍ଟିଙ୍ଗ୍ କରିବାକୁ
ନେଇ ସମସ୍ତେ ଆପତ୍ତି କରିବା ସହିତ ଜିଲ୍ଲାରେ ସୁରକ୍ଷିତ,ସହିତ ଜିଲ୍ଲାରେ ସୁରକ୍ଷିତ, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ୨୪ ଘଣ୍ଟା ଆଗରୁ ବୁଥ୍ ରେ ପୋଲିଂ ପାର୍ଟିକୁ ପହଞ୍ଚାଇବାକୁ ଅର୍ଥାତ୍ ୧୮ ତାରିଖରେ ବ୍ଳକରେ ରିପୋର୍ଟିଙ୍ଗ୍ କରିବାକୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଏଥିରେ ସୁକାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ବିଜୟା ନନ୍ଦ ଦାସ, କାମରାଜ ଦିଗାଲ, ସମୋନାଥ ସାହାଣୀ, ଅନନ୍ତ ଦାସ, ସଞ୍ଜୟ କୁମାର ଦାଶ, ଲଲାଟେନ୍ଦୁ ନାୟକ,ଅଭୟ ପ୍ରଦାନ, ରାଜ କିଶୋର ପ୍ରଧାନ, ରବି ନାରାୟଣ ତ୍ରିପାଠୀ, ରବୀନ୍ଦ୍ର ନାଥ ମୁନି ଆଦିଙ୍କ ଉପସ୍ଥିତ ଦାବିପତ୍ର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.