୧୯ରୁ ବିଦାୟ ନେବ ମୌସୁମୀ ବାୟୁ…

ଭୁବନେଶ୍ୱର: ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖରେ ଉତ୍ତର-ପୂର୍ବ, ଉତ୍ତର ଭାରତ ଏବଂ ପୂର୍ବ ଭାରତର ଅନେକ ସ୍ଥାନରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। IMD ଅନୁଯାୟୀ, ସେପ୍ଟେମ୍ବର ୧୯ ତାରିଖ ପାଖାପାଖି ପଶ୍ଚିମ ରାଜସ୍ଥାନର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ହୋଇପାରେ।ପାଗ ଅନୁକୂଳ ରହିଲେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ମଧ୍ୟ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବାର ସମ୍ଭାବନା ରହିଛି।

ଅପରପକ୍ଷରେ ମୌସୁମୀ ବିଦାୟ ନେବା ପୂର୍ବରୁ ବଙ୍ଗୋପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ମାସ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିପାରେ। ଏପରିକି ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ, ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ପଶ୍ଚିମ ରାଜସ୍ଥାନର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି। ସାଧାରଣତଃ, ମୌସୁମୀ ପ୍ରତ୍ୟାହାର ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୁଏ ଏବଂ ପରେ ଧୀରେ ଧୀରେ ଦେଶର ଅନ୍ୟ ଅଂଶରୁ ପ୍ରତ୍ୟାହାର ହୁଏ।

ad-week
Leave A Reply

Your email address will not be published.