ମାଲକାନଗିରି ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ମାଲକାନଗିରି ୧୫/୦୯ : ଆଜି ମାଲକାନଗିରି ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା ଙ୍କ ନେତତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପ ସଭାପତି ରମେଶ ସାହୁ ମଞ୍ଚାସିନ ହୋଇଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥି ଦଳର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ବଳନ
କରି ବୈଠକକୁ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇ ସଭକାର୍ଯ୍ୟକୁ ଆରମ୍ଭ କରିଥିଲେ । ବିଧାୟକ ନରସିଂହ ମାଡକାମୀ ୨୦୧୪ ମସିହା ପରେ ଭାଜପା ଦେଶରେ ନିଜ ଶାସନ ଭାର ଗ୍ରହଣ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି କିଭଳି କୃଷି,ସ୍ୱାସ୍ଥ୍ୟ,ଗମନା ଗମନ ଓ ଖାଦ୍ୟ ନିରାପତ୍ତା କୁ ପ୍ରାଧାନ୍ୟ ଦେଇ ଦେଶକୁ ଆଗକୁ ବଢ଼ାଇ ଥିଲେ ମୋଦିଜୀ ଙ୍କ ନେତୃତ୍ବରେ ଦେଶରୁ ନକ୍ସଲ ବାଦ୍ ର ମୂଳ ସମାପ୍ତି ଘଟିବା ସହ ଗ୍ରାମାଞ୍ଚଳ ଗୁଡ଼ିକ ଦେଶ ର ବିକାଶ ସହ ଯୋଡ଼ି ହୋଇ ପାରିଥିଲା । ରାଜ୍ୟରେ ବିଜେପି ସରକାର ର ଆଗମନ ତଥା ଡବଲ ଇଞ୍ଜିନ ସରକାର ରେ ଓଡ଼ିଶାର ବିକାଶରେ ନୂତନ ଅଧାୟ ଯୋଡ଼ି ହୋଇଥିଲା । ଚାଷୀଙ୍କ ହିତ ସାଧନ ପାଇଁ ଧାନର ମୂଲ୍ୟ ବୃଦ୍ଧି, ମା ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ସଡ଼କ ପଥର ବିକାଶ,ରେଳ ପ୍ରକଳ୍ପ ର ଅଗ୍ରଗତି ପାଇଁ ଜମି ଅଧିଗ୍ରହଣ, ଗାଆଁ ଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ବିଧାୟକ ଆଦର୍ଶ ଗାଁ ଭ ଅନେକ ଯୋଜନା ମାନ କରିଥିବା ବେଳେ ୨୪ବର୍ଷର ବିଗତ ବିଜେଡି ସରକାର କେନ୍ଦ୍ର ଯୋଜନା ଗୁଡିକୁ ନିଜ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରିଥିଲା ସେ ବାବଦରେ ଅଭିଭାଷଣ ଦେଇଥିଲେ ।

ଏହି କ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡ଼ି ରାଜ୍ୟ ବିରୋଧୀ ଦଳ ଓ କେନ୍ଦ୍ର ବିରୋଧୀ କଂଗ୍ରେସ ର ଦେଶ ବିରୋଧୀ ନୀତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ସାମୂହିକ ଭାବେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ସେବା ସଂକଳ୍ପ କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ପାଇଁ ସଦସ୍ୟଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ସ୍ଥରରେ ପାଲନ ହେବାକୁ ଥିବା କାର୍ଯକ୍ରମରେ ସହ ଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।
ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ନରସିଂଙ୍ଗ ମାଡକାମୀ,ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମି , ସମସ୍ତ ମଣ୍ଡଳ ସଭାପତି,ସମ୍ପାଦକ, ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ ଜିଲ୍ଲା ଅଧିକାରୀ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ,ନବଘନ ଲୋକେଇ, କୋଷାଧକ୍ଷ ସଞ୍ଜୟ ସରକାର ,ବିଧାୟକ ପ୍ରତିନିଧି ନିହାର ରାୟ, ସ୍ୱତନ୍ତ୍ର ଉନ୍ନଉୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡି, ଦେବି ମାଡି ,ସବିତା ମିଶ୍ର, ବେଣୀ କାର୍ତୁଲ, ଏବଂ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ସମେତ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥଲେ ।

ad-week
Leave A Reply

Your email address will not be published.