ମାଓବାଦୀଙ୍କ ନାଁରେ ଗାଡ଼ି ପୋଡ଼ିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ୫ ଗିରଫ

add-all

କଲ୍ୟାଣସିଂହପୁର: ମାଓବାଦୀଙ୍କ ନାଁରେ ଗାଡ଼ି ପୋଡ଼ିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଆଜି ପୁଲିସ ୫ ଜଣଙ୍କୁ ଗିରଫ କରିଥିବାର ଖବର ମିଳିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏସଭିଏମ ମୁଖ୍ୟ ଗେଟରେ ବ୍ୟାନର ମାରି ଗୋଟିଏ ଟ୍ରକ ପୋଡ଼ି ଦେବା ନେଇ ଉପରୋକ୍ତ ଅଭିଯୁକ୍ତମାନଙ୍କର ନାଆଁରେ ଅଭିଯୋଗ ହୋଇଥିଲା।

ଅଭିଯୁକ୍ତମାନେ ହେଲେ ଶେଷଖାଲ ଥାନ ଅନ୍ତର୍ଗତ ହାଣ୍ଡିପଡୁଗ୍ରାମର ଗୋପାଳ ମଣ୍ଡିଆ ସହୁ, କାଶୀପୁର କଞ୍ଜଙ୍ଗମଣ୍ଡି ଗ୍ରାମର ବଲିମାଝୀ, ଟକିରି ଥାନା ଅଞ୍ଚଳର ରାମ୍ପଡୁ ସିମାଞ୍ଚଳ ମାଝୀ, ଦୁଡୁକାବହାଲ ଗ୍ରାମର ସନ୍ତୋଷ ରାୟ, ଟିକିରି ହରିଜନସାହିର ଜୟନ୍ତ ନାଏକ। ଏହି ୫ଜଣଙ୍କୁ ଗିରଫ କରିବା ଲାଗି ଏସଡିପିଓ ଦେବଜୟନ୍ତୀ ଦାସ, ଥାନ ଅଧିକାରୀ ସୁକୁମା ହାଁସଦା ବିଭିନ୍ନ ସ୍ଥାନରେ ଚଢାଉ କରି କରିଥିଲେ।

ad-week
Leave A Reply

Your email address will not be published.