ଘରପୋଡ଼ି ବିପନ୍ନଙ୍କୁ ସହାୟତା

add-all

ଫୁଲବାଣୀ : ଯେଉଁଠାରେ କିଛି ସାହାଯ୍ୟର ଆବଶ୍ୟକ ପଡିଲା ତାଙ୍କୁ କିଏ କହୁ ନ କହୁ, କିଏ ଡାକୁ ନ ଡାକୁ ସାହାଯ୍ୟ କରିବାକୁ ଅକୁଣ୍ଠ ଚିତରେ ଆଗେଇ ଆସନ୍ତି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠା ତା ତଥା ହିନ୍ଦୁ ମଜଦୂର ସଭାର ଜିଲ୍ଲା ଆବାହକ, ଜିଲ୍ଲା ପ୍ରେସ କ୍ଳବର ଉପ ସଭାପତି ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା। କଲରାପାଜୁ ଗ୍ରାମକୁ ଯାଇ ସହଯୋଗର ହାତ ବଢ଼ାଇ ଥିଲେ। ସୂଚନାଯୋଗ୍ୟ ଯେ ଗତ ୧୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ  ଅପରାହ୍ନ ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗା ପଟା, ଧାନ,ଚାଉଳ ସମେତ ୪୫ ହଜାର ଟଙ୍କା,କାଗଜ ପତ୍ର ,ସୁନା ମାଳି ଦୁଇ ଗୋଟି ଓ ନିତ୍ୟ ବ୍ୟବହାର୍ଯ୍ୟ ଘରର, ଆସବାବ ପତ୍ର ସବୁ ନିମିଷକ ମଧ୍ୟରେ ପୋଡ଼ି ପାଉଁଶ ହୋଇ ଯାଇଥିଲା ।ଘରେ ସମସ୍ତେ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ସର୍ଟ ସର୍କିଟରେ ଘରେ ନିଆଁ ଲାଗି ଯାଇଥିଲା। ଏପରିକି ଘରେ ଖାଇବା ପାଇଁ ମଧ୍ୟ କିଛି ନଥିଲା । ଏପରି  ସ୍ଥଳେ ଦୁଃଖି ରଙ୍କିଙ୍କ ଦୁଃଖ ଚିହ୍ନିଲା ପରି    ସାହାଯ୍ୟ କରିବାକୁ ଆଗେଇ ଆସିଲେ ଶ୍ରୀ ବେହେରା। ଅସହାୟ ପରିବାରକୁ କିଛି ଲୁଗା,ଖାଦ୍ୟ ସାମଗ୍ରୀ, କମ୍ବଳ,ଅଳ୍ପ ଆର୍ଥିକ ସହାୟତା ଯୋଗାଇ ଥିଲେ।ଏହି ସହାୟତା ନିମନ୍ତେ ଜିଲ୍ଲା କନ୍ଧମାଳ ମିଡିଆ ଫୋରମ ର ସଭାପତି ସୁନୀଲ କୁମାର ବିଶ୍ଵାଳ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ ଓ ଠିକାଦାର ଶମ୍ଭୁ ଭାଇ ପ୍ରମୁଖ ସାହାଯ୍ୟର ହାତ ବଢ଼ାଇ ଥିଲେ ।ରିଲିଫ ସହାୟତା ସମୟରେ ପୂର୍ବତନ ଏ ଏସ ଆଇ ବ୍ରଜ ବେହେରା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.