ବିଜେଡିରେ ମିଶିଲେ ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ସରୋଜ ଦୋରା


ପାତ୍ରପୁର : ପଦାଦିଗି ପଂଚାୟତ ନୂଆପେଣ୍ଠ ଗ୍ରାମ ଠାରେ ଆଜି ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ମିଶ୍ରଣ ପର୍ବରେ ଦୀର୍ଘ ପଚିଶ ବର୍ଷ ଧରି କଂଗ୍ରେସ ଦଳରେ ନିଜ ପତିଆରା ଜାହିର କରିଥିବା ନୁଆ ପେଣ୍ଠ ଗ୍ରାମର ଦୋରା ପରିବାର ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ଔପଚାରିକ ଭାବେ ବିଜେଡ଼ି ଦଳରେ ଯୋଗଦାନ କରିଛନ୍ତି।

ଆଜି ବିଧାୟିକାଙ୍କ ସୁରଙ୍ଗି ଜୋନରେ ମାରାଥନ୍ ପ୍ରଚାର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପଦାଦିଗି ପଞ୍ଚାୟତରେ ବିଧାୟିକା ପହଞ୍ଚି ଥିଲେ । ଦୋରା ପରିବାର ପକ୍ଷରୁ ବିଶ୍ବନାଥ ଦୋରା ଓ ତାଙ୍କ ବଡ ପୁଅ ଓ ବର୍ତ୍ତମାନର ବ୍ଳକ କଂଗ୍ରେସ ସଭାପତି ଥିବା ସରୋଜ କୁମାର ଦୋରା ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କୁ ସ୍ଵାଗତ କରିଥିଲେ। ଏହାପରେ ଡେରା ସାହି ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଶ୍ବନାଥ ଦୋରା ଙ୍କ ସମେତ ତାଙ୍କ ସୁପୁତ୍ର ତଥା ବର୍ତ୍ତମାନ ର ବ୍ଳକ କଂଗ୍ରେସ ସଭାପତି ସରୋଜ କୁମାର ଦୋରା ଙ୍କୁ ବିଧାୟିକା ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ।ସମାବେଶରେ ସ୍ଥାନୀୟ ବିଧାୟକ ଉଷା ଦେବୀ, ଜିଲ୍ଲା ପରିଷଦ ପାର୍ଥି ଦୀପକ କୁମାର ଜେନା, ସରପଞ୍ଚ ପାର୍ଥି ଗାୟତ୍ରୀ ଚୌଧୁରୀ, ସୁରେନ ନାୟକ , ଡି କାଳିଦାସଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। କଂଗ୍ରେସ ଛାଡି ଆଜି ସରୋଜ କୁମାର ଦୋରା ବିଧିବଦ୍ଧ ଭାବେ ବିଜେଡି ରେ ଯୋଗ ଦେଇଥିବା ବେଳେ ତାଙ୍କ ଏଭଳି ନିଷ୍ପତ୍ତି କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.