ବିଧାୟିକା ଉଷାଦେବୀଙ୍କ ମାରାଥନ ପ୍ରଚାର

add-all

ପାତ୍ରପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ପାତ୍ରପୁର ବ୍ଲକର ଗୁଣ୍ଡୁରା,ବରଙ୍ଗ, ଜୟନ୍ତୀ ପୁର ଓ ବି ନୁଆଗାଁ ପଂଚାୟତର ପ୍ରଚାର ଜୋରଦାର କରିଛନ୍ତି।

ପ୍ରଥମେ ଗୁଣ୍ଡୁରା ପଞ୍ଚାୟତର ସୁନାରେଡ୍ଡୀ ଗ୍ରାମରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ବ୍ଳକ ବିଜେଡ଼ି ସଭାପତି ରାମନାଥ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଯଶୋଦା ଶବରଙ୍କୁ ଶଙ୍ଖ ଚିହ୍ନରେ, ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭଗବତୀ ପାଣିଗ୍ରାହୀ ଓ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀ ନିତ୍ୟାନନ୍ଦ ବିଷୋଇଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଉଦୟ ପ୍ରଧାନ, ସରପଞ୍ଚ ଦୁଆଡା ସଞ୍ଜୀବ ରାଓ, ସରପଞ୍ଚ ଏ ମମତା,ଏ ପ୍ରଫୁଲ୍ଲ,, ଡି କୃଷ୍ଣ ମୂର୍ତ୍ତିଙ୍କ ସମେତ ବହୁ ଦଳୀୟ ସମର୍ଥକ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.