ବୁଥ ପରିଦର୍ଶନ ବେଳେ ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ…

add-all


କୋରାପୁଟ: ବିଜେପି କର୍ମୀଙ୍କ ଠେଙ୍ଗା ମାଡରେ ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଶୋଇ ଗୁରୁତର। ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ପଞ୍ଚାୟତରେ ଉତ୍ତେଜନା ଦେଖିବାକୁ ମିଳିଛି।

ବୁଥ ପରିଦର୍ଶନ ବେଳେ ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇ ବୁଥ ବୁଲିଯିବା ବେଳେ କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଆକ୍ରମଣରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତୁରନ୍ତ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ନେଇ ମନ୍ତ୍ରୀଙ୍କ ପ୍ରତିନିଧି ବୋରିଗୁମ୍ମା ଥାନାରେ ଏତଲା ଦେଇଛନ୍ତି।

ad-week
Leave A Reply

Your email address will not be published.