ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର

add-all

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି।ଜନ୍ମ କଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲ ରେ ଭର୍ତିହୋଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ସାନ ପୁଅ ଅଶ୍ବିନୀ ମିଶ୍ର ଆଜି ବୁଧବାର ପ୍ରାୟ ଗୋଟାଏ ବେଳେ କୌଣସି କାରଣ ବଶତଃ ତାର ମା ସହ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ସାନ ପୁଅ ଅଶ୍ବିନୀ ଏକ ଧାରୁଆ ଟାଙ୍ଗିଆରେ ହାଣି ପକେଇଥିଲା, ଏହାପରେ ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି ।

ଅନ୍ୟପଟେ ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକୁ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଘଟଣା ସ୍ଥଳରେ ପହଁଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମହିଳାକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇ ଥିବା ପୋଲିସ କହିଛି ।

ad-week
Leave A Reply

Your email address will not be published.