TRW ହାଇସ୍କୁଲଗୁଡ଼ିକୁ +୨ ସ୍ତରକୁ ଉନ୍ନୀତ କରିବା ଦାବି ଉଠାଇଲେ ବିଧାୟକ ନରସିଂହ ମାଡ଼କାମି

kalipuja

ମାଲକାନଗିରି : ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ TRW ହାଇସ୍କୁଲଗୁଡ଼ିକୁ ଯୁକ୍ତ ଦୁଇ (+୨) ସ୍ତରକୁ ଉନ୍ନୀତ କରିବା ସହ ଆଦିବାସୀ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଧାନସଭାରେ ଦାବି ଉଠାଇଛନ୍ତି ମାଲକାନଗିରିର ମାନ୍ୟବର ବିଧାୟକ ଶ୍ରୀ ନରସିଂହ ମାଡ଼କାମି । ବିଧାନସଭାର ଶୂନ୍ୟକାଳରେ ପ୍ରସ୍ନତ୍ତୋର ସମୟରେ ବାଚସ୍ପତିଙ୍କ ଜରିଆରେ ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଧାୟକ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି।

TRW ହାଇସ୍କୁଲଗୁଡ଼ିକୁ +୨ ସ୍ତରକୁ ଉନ୍ନୀତ କରାଗଲେ ଆଦିବାସୀ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ନିଜ ଅଞ୍ଚଳରେ ରହି ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ। ଏହାଦ୍ୱାରା ଦୂରଦୂରାନ୍ତକୁ ଯାଇ ପାଠପଢ଼ିବାର ଅସୁବିଧା, ଆର୍ଥିକ ବୋଝ ଏବଂ ଶିକ୍ଷାରୁ ବଞ୍ଚିତ ହେବା ଭଳି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।

ବିଧାୟକ ଶ୍ରୀ ନରସିଂହ ମାଡ଼କାମିଙ୍କ ଏହି ଦୂରଦର୍ଶୀ ଦାବି ମାଲକାନଗିରି ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତକୁ ନୂତନ ଦିଗ ଦେବାରେ ସହାୟକ ହେବ। ଆଦିବାସୀ ଶିକ୍ଷାର ବିକାଶ ଓ ଶିକ୍ଷାଗତ ସୁଯୋଗ ବୃଦ୍ଧି ଦିଗରେ ଏହି ଦାବିକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ଦେଖାଯାଉଥିବା ବେଳେ ବିଧାୟକଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।

ad-week
Leave A Reply

Your email address will not be published.