ଫୁଲବାଣୀ : ଫୁଲବାଣୀ କେନ୍ଦୁପଦର ଅଞ୍ଚଳରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ସପନ ମୁଖାର୍ଜୀ ନାମକ ୬୮ବର୍ଷୀୟ ବୃଦ୍ଧଙ୍କ ଆଜି ମୃତ୍ୟୁ ହୋଉଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଶେଷ ଅବସ୍ଥାରେ ମେଡିକାଲ ନେବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପରିବାର ସଦସ୍ୟ କହିବାକୁ ଗଲେ ଭାଇ ଚନ୍ଦନ ମୁଖାର୍ଜୀ ଏବଂ ଭଉଣୀ ରତ୍ନା ମୁଖାର୍ଜୀ। ଭାଇଙ୍କ ମୃତ୍ୟୁ ହେବା ପରେ ଭାଇ ଭଉଣୀ ପ୍ରାୟ ଅସହାୟ ହୋଇ ପଡ଼ିଥିଲେ। ସବ ସତ୍କାର କରିବାକୁ ନିଜର କେହି ସହଯୋଗୀ ବା ଆତ୍ମୀୟ ଲୋକେ ନ ଥିବାରୁ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି.ଜଗନ୍ନାଥ ରାଜୁଙ୍କୁ ଏ ସମ୍ବନ୍ଧରେ ଲିଖିତ ଭାବେ ଜଣାଇବା ସହ ବିନମ୍ର ଅନୁରୋଧ କରିଥିଲେ। |
ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅନୁରୋଧ ରକ୍ଷାକରି ଟିମ୍ ସଦସ୍ୟ ପ୍ରଶାନ୍ତ ଭାଇ, ସାଇ ରାମ ଭାଇ, ଜଗନ୍ନାଥ ଭାଇ,ସାଇପ୍ରସାଦ ଭାଇ,ସାକୀର ଭାଇ, ଅନୁପ ଭାଇ, ମିଲୁ ଭାଇ, ରାଜୀବ ଭାଇ, ଅମର ଜ୍ୟୋତି ଭାଇ ଏବଂ ଆଲୋକ ଭାଇ* ସବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆବାହକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ବରେ ନିକଟସ୍ଥ ନାରାୟଣୀ ସାହି ସ୍ମଶାନ ଘାଟରେ ସମସ୍ତ ହିନ୍ଦୁ ରୀତି ଅନୁଯାୟୀ ଶବଦାହ କରାଯାଇଥିଲା।
