ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

add-all

ଦାରିଙ୍ଗବାଡ଼ି (୧୬/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ, ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲା ମହକୁମା ଯାଏ ସାରା ରାଜ୍ୟ ଚଳ ଚଞ୍ଚଳ ହୋଇ ଉଠିଛି। ଦଳୀୟ ଜିଲା ପରିଷଦ ସଭ୍ୟ, ସମର୍ଥୀତ ସମିତି ସଭ୍ୟ ଓ ସରପଞ୍ଚ ପାର୍ଥୀଙ୍କୁ ଜିତେଇବାକୁ ୩ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଦଳର ବରିଷ୍ଠ ନେତାଗଣ, ମନ୍ତ୍ରୀ, ବିଧାୟକ ମାନେ ପାହାଡ଼ ଚଢି, ନଦୀ ନାଳ ପାର ହୋଇ କେବେବି ଯାଇନଥିବା ଗାଁକୁ ଚାଲି ଚାଲି ଯାଇ ପହଞ୍ଚି, ନିଜର ସମର୍ଥିତ ତଥା ଦଳୀୟ ପାର୍ଥିଙ୍କୁ ଜିତେଇବାକୁ ଭୋଟ ଭିକ୍ଷା କରୁଥିବା ପ୍ରକାଶ ପାଇଛି। ହେଲେ ଚଳିତ ମାସ ୧୬ ତାରିଖରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ, ୨୪ତାରିଖରେ ଶେଷ ହେବା କାର୍ଯ୍ୟ କ୍ରମ ରହିଛି। ପଞ୍ଚାୟତ ନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଗାଡି ଘୋଡାକୁ ଜିଲା ପ୍ରଶାସନ ନିୟୋଜିତ କରିଛନ୍ତି। ଯାହାରି ଫଳରେ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଗମନା ଗମନର ସୁବିଧା ପାଇଁ ଚାଲୁ ଥିବା ଯାତ୍ରୀବାହୀ ବସ ସବୁ ନିୟୋଜିତ ଥିବାରୁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ୮ଗୋଟି ପଞ୍ଚାୟତ ଯଥା ବ୍ରାହ୍ମଣୀଗାଁ, ଗଦାପୁର, କାଟିଙ୍ଗିଆ, ହାତିମୁଣ୍ଡା, ତାଜୁଙ୍ଗି, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ଓ ସରାମୁଳି ଗ୍ରାମ ପଞ୍ଚାୟତକୁ ନେଇଁ ବ୍ରାହ୍ମଣୀଗାଁ ଅଞ୍ଚଳ କୁହାଯାଉଛି। ହେଲେ ଏହି ଅଞ୍ଚଳ ବାସୀଙ୍କ ଗମନାଗମନର ସୁବ୍ୟବସ୍ଥା କରିବାକୁ ଯାଇ ଜିଲା ମହକୁମାରୁ ବ୍ଲକ ମହକୁମା ଦେଇ ହାତିମୁଣ୍ଡା ଓ କାଟିଙ୍ଗିଆ ପଞ୍ଚାୟତ ମହକୁମାକୁ ଦୁଇଟି ସରକାରୀ ଯାତ୍ରୀବାହୀ ବସ ସହିତ ଘରୋହି ବସ ଚାଲୁଥିଲା। ହେଲେ ଏହି ସମସ୍ତ ବସକୁ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ କରା ଯାଇ ଥିବାରୁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ମୁଖ୍ୟକରି ବ୍ଲକ, ତହସିଲ, କୋର୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜରୁରୀ କାମ ନେଇଁ ସାଧାରଣ ଜନତା ଅଟୋ, ବୁଲେର ଭଡ଼ାକରି ଆର୍ଥିକ କ୍ଷତି ସହୁଥିବା ପ୍ରକାଶ ପାଇଛି। ଜିଲା ପ୍ରଶାସନ ପକ୍ଷରୁବି ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପ୍ରତି ବୈମାତୃକ ମାନଭାବ କେଉଁ ଉଦେଶ୍ୟ ନେଇଁ ରଖିଲେ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ବି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନହିଁ ଅଞ୍ଚଳ ବାସୀଙ୍କ ଦୁଃଖ ବୋଲି ଆଲୋଚନା କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.