ଆସିକା ପୋଲିସ ଦ୍ୱାରା ୭୦୦ ଲିଟର ରନ୍ଧା ଦେଶୀ ମଦ ଜବତ ୪ ଗିରଫ !

kalipuja

ଅବକାରୀ ବିଭାଗ ଚେଇଁ ଶୋଇଛି…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳକୁ ରୀତିମତ ଚୋରା ମଦ ଆସୁଛି। ଅଜି ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ ଓ ସ୍ୱତନ୍ତ୍ର ଟିମ ପକ୍ଷରୁ ଆସିକା ପାକଲା ପଲ୍ଲୀ ଛକରୁ ଏକ କାର ଯୋଗେ ୭୦୦ ଲିଟର ଦେଶୀ ମଦ ଚାଲାଣ ବେଳେ ତିନି ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଲୋକଙ୍କୁ ପୋଲିସ ଗିରଫ କରିଛି।

ଆସିକା ଅଞ୍ଚଳରୁ ଭୁବନେଶ୍ୱର ଓ ନୟାଗଡ ଜିଲ୍ଲାକୁ ପୂର୍ବରୁ ମଦ ଚାଲାଣ ହେବାର ନଜିର ରହିଛି। ଆସିକା ଅଞ୍ଚଳକୁ ଖଲ୍ଲିକୋଟ ଓ କୋଦଳା ଅଞ୍ଚଳରୁ ରୀତିମତ ଦେଶୀ ମଦ ଆସୁଛି। ଆସିକା ପୋଲିସ ପେଟ୍ରୋଲିଙ୍ଗ ବେଳେ ଏତେ ବଡ଼ ପରିମାଣର ଦେଶୀ ମଦ ଆସୁଥିବା ଦେଖି ଗାଡିକୁ ଅଟକାଇ ସେଥିରୁ ୭୦୦ ଲିଟର ମଦ ଜବତ କରିଛି। ଆସିକା ଅଞ୍ଚଳକୁ ପୂର୍ବରୁ ସହ ସହ ଲିଟର ଦେଶୀ ମଦ ଆସୁଥିବା ବେଳେ କୋଟିନାଡ଼ା ପୋଲିସ ପୂର୍ବରୁ ଧରିଥିବାର ନଜିର ରହିଛି। ଆସିକା ପୋଲିସ ଅବକାରୀ ବିଭାଗ କାମ କରୁଥିବା ବେଳେ ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ଥିବା ଲକ୍ଷ କରାଯାଇଛି। ଏଭଳି ଅପମିଶ୍ରଣ ମଦ ଆସିକା ଅଞ୍ଚଳ କୁ ଆସିଲେ ଆସିକା ଅଞ୍ଚଳ ରେ ଚିକିଟି ଭଳି ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.