ବୌଦ୍ଧରେ ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ବୌଦ୍ଧ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ: ଉନ୍ମୋଚିତ ହେଲା ସ୍ମରଣିକା ‘ବୁଦ୍ଧରୁ ବୌଦ୍ଧ’, ବିଶିଷ୍ଟ ସାମ୍ବାଦିକ ଓ ସାହିତ୍ୟିକ ସମ୍ବର୍ଦ୍ଧିତ

kalipuja

ବୌଦ୍ଧ, ତା ୨୯/୧୧: ଆଜି ରବିବାର ଦିନ ୧୧ ଘଣ୍ଟା ସମୟରେ ସ୍ଥାନୀୟ ବୌଦ୍ଧ ଟାଉନ ହଲଠାରେ ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି କୈଳାଶ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ରାଜ୍ୟ କର୍ମକର୍ତ୍ତାମାନଙ୍କ ସମେତ ସମସ୍ତ ଜିଲ୍ଲାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ସାଙ୍ଗଠନିକ ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ବୌଦ୍ଧ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ବାର୍ଷିକ ଉତ୍ସବ ବୌଦ୍ଧ ୟୁନିଅନର ସଭାପତି ନରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ବିଶି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ।

ସଭାରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲରେନ ରାଉତରାୟ, ବିଶିଷ୍ଟ ଅତିଥି ଭାବେ ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ସଭାପତି କୈଳାଶ ନାଏକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅବସରପ୍ରାପ୍ତ ପ୍ରଶାସକ ବିପ୍ର ଚରଣ ମହାନ୍ତି, ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର କାର୍ଯ୍ୟକାରୀ ସଭାପତି କୀର୍ତ୍ତିଚନ୍ଦ୍ର ସାହୁ, ଜାତୀୟ ୟୁନିଅନର ସମ୍ପାଦକ ଚିନ୍ତାମଣି ପାଢ଼ୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଶଶି ଭୂଷଣ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥିମାନେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ଦାୟିତ୍ୱବୋଧ ଏବଂ ସାମ୍ପ୍ରତିକ ଚ୍ୟାଲେଞ୍ଜ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଉକ୍ତ ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ‘ବୁଦ୍ଧରୁ ବୌଦ୍ଧ’ ଉନ୍ମୋଚିତ ହୋଇଥିଲା। ଏହା ସହିତ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ବରୋଜ କୁମାର ବେହେରା, ରବୀନ୍ଦ୍ର କୁମାର ରାଉତ, ସାହିତ୍ୟିକ ଡ. ଇଂ ସଞ୍ଜୟ କୁମାର ପଣ୍ଡା ଏବଂ ସାହିତ୍ୟିକ ତଥା ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସୃଷ୍ଟି ଡ୍ୟାନ୍ସ ଏକାଡେମୀ, ବୌଦ୍ଧର କୁନି କୁନି କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ଉପସଭାପତି ସମରେଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.