ବିଜେଡି ଦଳର ପ୍ରଚାର ପାଇଁ ମଙ୍ଗୁଆଳ ସାଜିଛନ୍ତି ପ୍ରଧାନଶିକ୍ଷକ : ନିର୍ବାଚନ ଆଚରଣ ବିଧିକୁ ବେଖାତିର…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ନିର୍ବାଚନ ନୀତି ନିୟମକୁ ବେଖାତିର କରି ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନଶିକ୍ଷକ । କୋରକୋଣ୍ଡା ଏବଂ ଖଇରପୁଟ ବ୍ଲକ୍ ଅନ୍ତର୍ଗତ ତିନୋଟି ଜୋନ ରେ ହେଉଥିବା ନିର୍ବାଚନ ପାଇଁ ଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ଭୋଟ ମାଗି ନିର୍ବାଚନ ଆଇନକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଥିବା ଅଭିଯୋଗ ହୋଇଛି । କୋରକୋଣ୍ଡା ବ୍ଲକ୍‌ର ଏମ୍‌ଭି – ୩୬ ଗ୍ରାମରେ ବିଜେଡି ତରଫରୁ ଆୟୋଜିତ ନିର୍ବାଚନୀ ପ୍ରଚାରରେ ଆଇନ ବିରୋଧୀ କାମ ହୋଇଥିବା ଜଣାପଡ଼ିଛି । ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଟିଟିବିରି ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ପ୍ରଚାରରେ ସାମିଲ ହୋଇ ଭାଷଣ ଦେବା ସହ ବିଜେଡିକୁ ଭୋଟ ଦେବା ସପକ୍ଷରେ କହୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆଇନ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ନିର୍ବାଚନୀ ପ୍ରଚାରରେ ଭାଗ ନେବେ ନାହିଁ କିମ୍ବା କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ହୋଇପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ଜଣେ ପ୍ରଧାନଶିକ୍ଷକ କିଭଳି ପ୍ରଚାରରେ ସାମିଲ ହେଲେ ତାହା ତଦନ୍ତ ପରିସର ଭୁକ୍ତ ହେଇଛି । କେବଳ ଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ନୁହଁନ୍ତି ଅନେକ ଶିକ୍ଷକ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିବା ବିରୋଧୀ ଦଳ ଗୁଡିକ ଅଭିଯୋଗ କରିଛନ୍ତି । ଆଜି କିଛି ରାଜନୈତିକ ଦଳ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ପ୍ରଚାର ସମୟର ଫଟୋକୁ ଦେଖାଇ ନିରପେକ୍ଷ ନିର୍ବାଚନ ଓ ନିର୍ବାଚନ ରେ ସ୍ବଚ୍ଛତାକୁ କୁ ନେଇ ଜିଲ୍ଲା ପ୍ରଶାସନ କୁ ପ୍ରଶ୍ନ ପଚାରିଛନ୍ତି । ଯଦି ସରକାରୀ କର୍ମଚାରୀମାନେ ଖୁଲମ ଖୁଲା ସରକାରୀ ଦଳକୁ ସହଯୋଗ କରିବେ ଏବଂ ପ୍ରଚାର କରିବେ ତେବେ କିଭଳି ଶାସକ ଦଳର ଦାଦାଗିରି ଚାଲିଛି ତାହା ସହଜରେ ଅନୁମେୟ । ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ହେବ ବୋଲି ବିଜେପି ଚେତାବନୀ ଦେଇଛି । ମୃତ୍ୟୁଞ୍ଜୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ବିଦ୍ୟାଳୟରରେ କାର୍ଯ୍ୟ କରୁଥିବାରୁ ଡିଡବ୍ଲ୍ୟୁଓ କୃପାସିନ୍ଧୁ ବେହେରାଙ୍କୁ ପଚାରିବାରୁ ଯେଉଁ ଶିକ୍ଷକ ଆଇନର ଉଲଂଘନ କରିବେ ତାଙ୍କ ବିରୋଧରେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.