ଓଡ଼ିଶାର ସ୍ବାସ୍ଥ୍ୟସେବାକୁ କୋଟିଆରେ ପ୍ରଶଂସା…

add-all

କୋରାପୁଟ: କୋଟିଆ ସୀମାନ୍ତ ଗ୍ରାମ ହରମାଂଡିଙ୍ଗି ଠାରେ ଆଜି କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ପଣ୍ଡାଙ୍କ ନେତୃତ୍ବରେ ସ୍ବାସ୍ଥ୍ୟସେବା ଟିମ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପ୍ରଦାନ କରିଛନ୍ତି ।ହରମାଂଡିଙ୍ଗି ଗ୍ରାମରେ ଝାଡାବାନ୍ତି ଲାଗିଥିବା ବିଷୟରେ ଗ୍ରାମବାସୀ କୋଟିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ସୂଚନା ଦେବାପରେ ସ୍ବାସ୍ଥ୍ୟସେବା ଟିମ୍ ଗାଆଁରେ ପହଞ୍ଚି ଚିକିତ୍ସା ପ୍ରଦାନ କରିଥିଲା । ଗ୍ରାମରେ ଲୋକେ କୌଣସି ଏକ ଭୋଜିରେ ଖାଦ୍ୟ ଖାଇବା ପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ହରମାଣ୍ଡିଙ୍ଗ, ଫଗୁଣ ସିନେରୀ, ଫାଟୁ ସିନେରୀ ଓ ମାଡକାର ଗ୍ରାମରେ ୧୭୮ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରାଯାଇଥିଲା ।ତେବେ ଏହି ସମୟରେ ଫାଟୁସିନେରିରେ ଆନ୍ଧ୍ରର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଆମ୍ବୁଲାନ୍ସ ଯୋଗେ ସାଲୁର୍ ମଣ୍ଡଳମ୍ ଅନ୍ତର୍ଗତ ତୋନମ୍ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ସ୍ବାସ୍ଥ୍ୟ ଅଧିକାରୀ ମାନେ ଲୋକଙ୍କୁ ସେମାନଙ୍କ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରଚେଷ୍ଟା କରିଥିଲେ ହେଁ କେହି ତାଙ୍କ ଆମ୍ବୁଲାନ୍ସ ନିକଟକୁ ଯାଇନଥିବା ଜଣାପଡିଛି । ଆସନ୍ତା 18 ତାରିଖ ଦିନ ଓଡ଼ିଶା ସରକାରଙ୍କ ଦ୍ଵାରା କୋଟିଆରେ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟସେବା ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଛି 

ad-week
Leave A Reply

Your email address will not be published.