ରାୟଗଡ଼ା ଅଚଳ ହୋଇ ପଡ଼ିଛି ବିଭିନ୍ନ ସ୍ଥାନର ପାନୀୟ ଜଳପ୍ରକଳ୍ପ

add-all

ରାୟଗଡ଼ା (୧୯/୦୨) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପମାନ ଅଚଳ ହୋଇ ପଡ଼ି ଥିବାରୁ ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉ ଥିବାଜଣା ଯାଇଛି ।ନିମ୍ନ ମାନର କାମ ଯୋଗୁଁଜଳ ପ୍ରକଳ୍ପ ମାନ ଶୀଘ୍ର ଖରାପ ହୋଇ ପଡ଼ୁ ଥିବା ଅଭିଯୋଗ । ବ୍ଲକର ହାଡ଼ି ଗୁଡ଼ା ପଞ୍ଚାୟତ ସଦର ସ୍ଥିତ ଗୌଡ଼ ସାହି ରେ ଥିବା ଜଳ ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ଥିବାରୁ ପାଇପ ପାଣି ର ସୁବିଧା ମିଳୁ ନ ଥିବାରମିନା ଗୌଡ଼ ସହିତଅନ୍ୟ ମାନେ କହିଛନ୍ତି।

ସେହିପରି ଖଣି ପ୍ରଭାବିତ କୁପା ଖାଲ, ଅଣ୍ଡିରା କଞ୍ଚଗ୍ରାମର ବିଭିନ୍ନ ବସ୍ତି ରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇ ଥିଲେ ସୁଦ୍ଧା ଜଳପ୍ରକଳ୍ପ ଅଚଳ ହୋଇ ପଡ଼ି ଥିବାରୁ ପାଇପ ରେ ପାଣି ଆସୁ ନ ଥିବାର କୁପାଖାଲ ଗ୍ରାମର ଚିତଲ ବାଗ, ଲଛମନ ନାଏକ,ବଦଳୁ ନାଏକ, ସ୍ୱର୍ଣ୍ଣ ବାଗ ,ଶାନ୍ତି ମଣି ବାଗ {କହିଛନ୍ତି ।ସେହିପରି ଅଣ୍ଡିରା କଞ୍ଚ ସ୍ଥିତ ଝୋଡ଼ିଆ ସାହି ଠାରେ ସୋଲାର ସଂଯୁକ୍ତ ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ସୁଦ୍ଧାକାମରେ ଲାଗୁ ନ ଥିବାର ଗ୍ରାମର ଗିରି ମୁଦୁଲିଙ୍କ କହିଛନ୍ତି ।ନିମ୍ନ ମାନର କାମ ଯୋଗୁଁ ଜଳ ପ୍ରକଳ୍ପ ମାନ ଅଚଳହୋଇ ପଡୁଥିବାର ଗ୍ରାମ ବାସୀ ମାନେ କହିଛନ୍ତି ।ବ୍ଲକରେ ଅଚଳ ହୋଇ ପଡ଼ି ଥିବା ଜଳ ପ୍ରକଳ୍ପ ମାନ ତୁରନ୍ତମରାମତି କରି ଜଳ ଯୋଗାଣ ର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

ad-week
Leave A Reply

Your email address will not be published.