କୁମାର ଅଭିଜିତ ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷାରେ ଟିକାବାଲି ବ୍ଲକରେ ପ୍ରଥମ

add-all

ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ତୃତୀୟ ଶ୍ରେଣୀ ସ୍କୋଲାରସିପ ପରୀକ୍ଷା ରେ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ବୁର୍ବିନାଜୁ ର ତୃତୀୟ ଶ୍ରେଣୀ ଛାତ୍ର କୁମାର ଅଭିଜିତ (ସୋହନ )ଭାଗନେଇ ଟିକାବାଲି ବ୍ଲକ ପାଇଁ ଉତୀର୍ଣ୍ଣ ହୋଇ ବ୍ଲକ ସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |ଏହି କୃତ କାର୍ଯ୍ୟ ପାଇଁ ତାଙ୍କ ବୁର୍ବିନାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,ଙ୍କର ମହାନ ପରିଶ୍ରମ ତଥା ଅବଦାନ ରହିଥିବା ବେଳେ କୁମାର ଅଭଜିତ ଙ୍କର ମଧ୍ୟ ପ୍ରଚେଷ୍ଟାର ସଫଳ ରୂପାୟନ ହୋଇଛି | ଏହି କୃତକାର୍ଯ୍ୟ ପାଇଁ ତାଙ୍କର ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ, ଅଭିଭାବକ, ନିଜର ପରିବାର ସମସ୍ତେ ସଦସ୍ୟ ଙ୍କ ସମେତ ସମସ୍ତ ବନ୍ଧୁ ବାନ୍ଧବ ଏବଂ ଅଞ୍ଚଳ ବାସୀ ସମସ୍ତେ ଶୁଭେଚ୍ଛା ଜଣେଇବା ସଙ୍ଗେ ସଙ୍ଗେ କୁମାର ଅଭିଜିତ (ସୋହନ )ଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି |

ad-week
Leave A Reply

Your email address will not be published.