ବିଦେଶରେ କାର୍ଯ୍ୟରତଙ୍କ ଭୋଟ ଦେବା ଘଟଣା : ସାନି ମତଦାନ ଦାବି

add-all

ଚିକିଟି : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କ ଭୋଟିଂ କାଳ ରେ କୌଣସି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ମନ୍ତବ୍ୟ ଚିକିଟି ବ୍ଲକ ରେ ବିଫଳ ହୋଇଛି । ବ୍ଲକ ର ପିତାତଳି ପଞ୍ଚାୟତ ବଇରୀବାଡ଼ ରେ ଏଜେଣ୍ଟ ଙ୍କ ପ୍ରତିବାଦ ସତ୍ୱେ ରେଗିଂ କରାଯାଇଛି।ପୋଲିସ ଉପସ୍ଥିତ ରେ ଏ ଭଳି ହୋଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ଏ ସଂକ୍ରାନ୍ତରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବଇରିବାଡ଼ 13 ନମ୍ବର ବୁଥ ରେ ଉକ୍ତ ଗ୍ରାମର ପି. ହେରମ୍ବ,କେ ଚିନାବାବୁ ରେଗିଂ କରିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନା ପ୍ରକାରେ ବିଦେଶ ରେ ରହୁଥିବା କେ .ପର୍ଶୁରାମ ଙ୍କ ଭୋଟ ଟି କୁ ଜଣେ ନାବାଳକ ଦେବା ପାଇଁ ପ୍ରିଜାଇଡିଙ୍ଗ ଅଫିସର ସୁଯୋଗ ଦେବା କୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।ଏପରି କି ପ୍ରାର୍ଥୀ ପି. ଦାନାବତୀ,ଏଜେଣ୍ଟ ଯୁଧିଷ୍ଠି ସେଠି, ଏସ. ରାଜଲଷ୍ମୀ ପ୍ରତିବାଦ କରିବାରୁ ତାଙ୍କୁ ବୁଥ ରୁ ବାହାର କରାଯାଇଥିବା ଅଭିଯୋଗ ହୋଇଥିଲା।ଏ ସମ୍ପର୍କରେ ବିଡ଼ିଓ, ଏସ ପି,ଜିଲ୍ଲାପାଳ ଙ୍କୁ ଅଭିଯୋଗ ମଧ୍ୟ ହୋଇଛି।ଏ ସମ୍ପର୍କରେ ନିର୍ବାଚନ କମିଶନ ଙ୍କୁ ଅବଗତ କରେଇ ପୁନଃ ମତଦାନ ପାଇଁ ସରପଞ୍ଚ ପ୍ରାର୍ଥୀ କେ. ନରସିଂହ ମୂର୍ତ୍ତି, ଯୁବ ନେତା ସଂଗ୍ରାମ ରାଉତ,ପି ଦାନା ବତୀ ପ୍ରମୁଖ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.