ରାଜବୀରର ଚିକିତ୍ସା ନିମନ୍ତେ ଚିକିଟି ଯୁବ କିଶୋରବର୍ଗଙ୍କ ନିଷ୍ଠାପର ପ୍ରୟାସ

add-all

ଚିକିଟି : କନ୍ଧମାଳ ଜିଲ୍ଲାର ଶିଶୁ ରାଜବୀର ଦ୍ୱରାରୋଗରେ ପୀଡିତ ହୋଇ ଛଟପଟ ହେଉଥିବା ବେଳେ ଟଙ୍କା ସାଜିଛି ବାଧକ। ଡାକ୍ତରଙ୍କ କହିବା ଅନୁଯାୟୀ କୋଟି କୋଟି ଟଙ୍କାର ଆବଶ୍ୟକ ବୋଲି ସାହାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ପିତା କୁଳମଣି ରଣା ଗୁହାରୀ ଜଣାଉଥିବା ବେଳେ ଶିଶୁଟିର ମାତା ସାଢ଼େ ଚାରି କୋଟି ଜନତାଙ୍କୁ ଦୁଇ ଚାରି ଟଙ୍କା ହିସାବରେ ସାହାଯ୍ୟ କରିବା ପାଇଁ ସାରା ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି।

ଏପରି ଅସହାୟ ପରିସ୍ଥିତିରେ ଥିବା ଦୁଃଖଦ ପିତା ମାତା ଙ୍କ ଖବର ଶୁଣି ଚିକିଟି ପେଣ୍ଠ ବକ୍ସି ବଜାରର କିଛି ଯୁବକ ଓ କିଶୋରବର୍ଗ ମିଶି ଗତ ଦୁଇ ଦିନ ମଧ୍ୟରେ ପୂରା ବଜାରରେ ବୁଲି ନଗଦ ଆକାରରେ ୧୭,୬୦୦ ଟଙ୍କା ପାଇଥିବା ବେଳେ ରାଜବୀରର ପିତାଙ୍କ ବ୍ୟାଙ୍କ ଖାତାକୁ ଅନଲାଇନ ନମ୍ବର ୬୩୬୦୩୭୧୫୯୫ ମାଧ୍ୟମରେ ପ୍ରାୟ ୧୦ ହଜାର ଟଙ୍କା ପଠାଇଥିବା ଯୁବକ ମାନେ ସୂଚନା ଦେବା ସହ ଆଗାମୀ ଦୁଇ ତିନି ଦିନରେ ପୁରା ଗ୍ରାମ ସହ ଆଖପାଖ ଗ୍ରାମ ଗଡ଼, ଧାନଘର ଓ ଶାସନ ଆଦି ବୁଲି ଉଦାନ୍ୟ ବ୍ୟକ୍ତିଙ୍କ ଠାରୁ ଦାନ ଗ୍ରହଣ କରି ପରିଶେଷରେ ଗ୍ରାମର କିଛି ବୁଦ୍ଧିଜୀବୀଙ୍କ ସହାୟତାରେ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ପହଞ୍ଚି ପାଇଥିବା ରାଶିକୁ ଶିଶୁର ପିତାମାତାଙ୍କୁ ପ୍ରଦାନ କରିବୁ ବୋଲି ଯୁବପୀଢ଼ି ମତ ପ୍ରକାଶ କରିଛନ୍ତି।ସେପରି ଭାବେ ଗ୍ରାମର ଅନ୍ନପୂର୍ଣ୍ଣା ବିହାର ଦୂତୀୟ ଗୋଳିର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ପିତାତୋଳି) ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଭବାନୀ ପାଣିଗ୍ରାହୀ ମାତା ସନ୍ତୋଷି ରଣାଙ୍କ ନିର୍ଦ୍ଧେଶ କ୍ରମେ ନିଜ ସାହି ଓ ଟ୍ୟୁସନ ପିଲାଙ୍କ ସହାୟତାରେ ୩୦୫୦ ଟଙ୍କା ଆଦାୟ କରି ଅନଲାଇନ ମାଧ୍ୟମରେ ପଇଠ କରିଛନ୍ତି। ଏପରି ଯୁବ ଓ କିଶୋରବର୍ଗ ଛାତ୍ର ଛାତ୍ରୀଙ୍କ ନିଷ୍ଟାପର ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଆଗାମୀ ଯୁବପୀଢ଼ିଙ୍କୁ ପ୍ରେରଣାଦାୟୀ ହେବବୋଲି ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.