ଵୃନ୍ଦାଵନ ସରକାରୀ ଉଚ୍ଚବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ

add-all

ହିଞ୍ଜିଳିକାଟୁ (୨୧।୨) : ହିଞ୍ଜିଳିକାଟୁ ସରକାରୀ ଉଚ୍ଚ ଵୃନ୍ଦାବନ ବିଦ୍ୟାଳୟରେ ବିଶ୍ବ ମାତୃଭାଷା ଦିବସ ସୋମବାର ଦିନ ପାଳିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଫେବୃଆରୀ ଵିଶ୍ବ ମାତୃଭାଷା ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ଏହି ଦିଗରେ ପୁରସ୍କୃତ କରାଯାଇଥିଲା। ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ବିଷୟରେ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ବହୁଭାଷୀବାଦକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ମାତୃଭାଷା ଦିବସ (ଆଇଏମଏଲଡି) ହେଉଛି ଫେବୃଆରୀ 21 ରେ ଆୟୋଜିତ ଏକ ବିଶ୍ବବ୍ୟାପୀ ବାର୍ଷିକ ପାଳନ ! ମାତୃଭାଷାର ସୁରକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏହି ଦିବସରେ ସଂକଳ୍ପ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ତତ୍ତ୍ଵାବଧାନରେ ଶିକ୍ଷୟିତ୍ରୀ ସୁଜତା ପ୍ରଧାନ ଏହାକୁ ସଂଯୋଜନା କରିଥିଲେ । ଵିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର କୁମାର ସାବତ, ଲାଲମୋହନ ସାହୁ ,ବୈକୂଣ୍ଠ ପାଠୀ,ପ୍ରଶନ କୁମାର ଗୌଡ,ହେମନ୍ତ ନନ୍ଦ ,ଶିକ୍ଷୟତ୍ରୀ ସ୍ଵେତା ସେଠି, ପ୍ରିତିଲତା ସାହୁ ପ୍ରତିମା ପାତ୍ର,ରଶ୍ମିତା ପାଢି,ଐଶ୍ଵରିଆ ପଟ୍ଟନାୟକ,ଦିଵ୍ୟଜ୍ଵୋତି ପଣ୍ଡା ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.