
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ରବିବାର ୮୧.୪୧ ପ୍ରତିଶତ ମତହାର ରହିଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି।ଏହି କ୍ରମରେ ଫୁଲବାଣୀ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।ଏହି ବ୍ଲକ ରେ ୮୧.୪୧ ମତଦାନ ହୋଇଥିବାବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସାନ୍ତୁନୁ କୁମାର ନାୟକ ସୂଚନା ଦେଇଛନ୍ତି। ବ୍ଳକର ୧୧ଟି ପଞ୍ଚାୟତରେ ଭୋଟର ମାନେ କରିଥିବା ଦେଖିବାକୁ ମିଳିଥିଲା। ଲମ୍ବା ଧାଡ଼ି ହେଉ ନଥିଲେ ହେଁ ଦିନ ବଢ଼ିବା ସହ ଭୋଟ ଗ୍ରହଣ କେନ୍ଦ୍ରରେ ଲୋକଙ୍କ ଉପସ୍ଥିତି ବଢିଥିଲା। ଫୁଲବାଣୀବ୍ଳକ ୧୧ଟି ପଞ୍ଚାୟତରେ ୮୧.୪୧ ପ୍ରତିଶତ ଭୋଟର ମତଦାନ କରିଥିବା ଜଣାପଡିଛି ।ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଫୁଲବାଣୀ ବ୍ଲକର ୧୧ଟି ପଞ୍ଚାୟତରୁ ଆଲାମିରେ ୭୫.୩୦ ପ୍ରତିଶତ, ବିଶିପଡ଼ାରେ ୭୭.୨୧ ପ୍ରତିଶତ, ଉ଼ଡ଼ାକିରେ ୮୨.୮୬ ପ୍ରତିଶତ, ଦୁଡୁକିରେ ୮୭.୪୪ ପ୍ରତିଶତ, ଗଞ୍ଜୁଗୁଡ଼ାରେ ୮୧.୯୪ ପ୍ରତିଶତ, ଗୁମାଗଡ଼ରେ ୭୭.୭୭ ପ୍ରତିଶତ, କାଟ୍ରିଙ୍ଗିଆରେ ୮୮,୦୦ ପ୍ରତିଶତ, କେରେଡ଼ିରେ ୮୦.୭୭ ପ୍ରତିଶତ, ଜାମଝରିରେ ୮୨,୬୭ ପ୍ରତିଶତ, ମିଣିଆରେ ୮୦.୯୭ ପ୍ରତିଶତ, ତୁଡ଼ିପାଜୁରେ ୮୧.୮୩ ପ୍ରତିଶତ ଭୋଟର ମତଦାନ କରିଥିବା ଜଣାପଡିଛି । ଆଜି ହାରାହାରି ଫୁଲବାଣୀ ବ୍ଲକରେ ଶୃଙ୍ଖଳିତ ନିର୍ବାଚନ ସମାହିତ ହୋଇଥିବା ପ୍ରକାଶ କରିଛନ୍ତି ବ୍ଲକ ନିର୍ବାଚନ ଅଧିକାରୀ ।