ମଇଁଷି ଗୁହାଳଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ, ନିଆଁରେ ୯ ମଇଁଷି ଆହତ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ବି.ନୁଆଗାଁ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏମ୍. କୁତିଲି ପି-ଏମ୍ ତ୍ରିନାଥଙ୍କ ମଇଁଷି ଗୁହାଳ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଜରଡାଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ମଧ୍ୟ ରାତ୍ରିରେ ମଇଁଷି ଗୁହାଳରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଫଳରେ ପୂରା ଗୁହାଳ ଜଳି ଭସ୍ମୀଭୂତ ହୋଇଯାଇଛି। ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକମାନେ ପାତ୍ରପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତଥାପି ନିଆଁର ସଂସ୍ପର୍ଶରେ ଆସି ୯ ଗୋଟି ମଇଁଷିଙ୍କ ଶରୀରରେ ନିଆଁ ପ୍ରକୋପ ରେ ପୋଡିଯାଇ ଆହାତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଆୟତ କରିଥିଲେ। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଜରଡାଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ସୁଚନା ଦେଇଛନ୍ତି।

ad-week
Leave A Reply

Your email address will not be published.