ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ, ବାଲୁଙ୍କେଶ୍ୱର ଏସଏଚଜି ସମ୍ମାନିତ

add-all

ହିଞ୍ଜିଳିକାଟୁ,(୮ା୩) : ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱସ୍ତରରେ ଆର୍ନ୍ତଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକ ଓ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ବ୍ଳକ ବଡଖଣ୍ଡି ପଞ୍ଚାୟତର ବାଲୁଙ୍କେଶ୍ୱର ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଛି । ସଂପୃକ୍ତ ଗୋଷ୍ଠୀଙ୍କୁ ମାଛ ଚାଷରେ ଉତ୍କର୍ଷତା ଓ ସଫଳତା ନିମନ୍ତେ ବ୍ଳକ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ଓସୱାନ ହାଲରେ ଆୟୋଜିତ ଭିଡିଓ କନଫେରନ୍ସ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍‌, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କ ଜରିଆରେ ଶ୍ରେଷ୍ଠ ଏସଏଚଜି ଭାବେ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ସେହିପରି ସାରୁ ପଞ୍ଚାୟତରେ ସିଡିପିଓ ଅଂଶୁପା ସାହୁଙ୍କ ତତ୍ତ୍ୱାବଧାନରେ ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା ଯୋଗଦେଇ ଉକ୍ତ ଦିବସ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀ ମାନେ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ ।ବିଭିନ୍ନ ପ୍ରଶଂସନୀୟ କାର୍ଯ୍ୟ ସକାଶେ ୭ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନବାଡି ସୁପରଭାଇଜର, କର୍ମୀ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.