ଡ୍ରେନେଜ୍ ପାଣି ସମସ୍ୟା ଦେଖିବା ପରେ ୮ନଂ ୱାର୍ଡର ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସମସ୍ତ ୱାର୍ଡରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷା ପ୍ରାର୍ଥୀ ପୁନମ କହଁର ଓ ପ୍ରତି ୱାର୍ଡ ର କାଉନସିଲରଙ୍କ ପାଇଁ ଜୋରସୋରରେ ପ୍ରଚାର କରିଛନ୍ତି l ପୌର ନିର୍ବାଚନ ପ୍ରଚାର ଅବସରରେ ଫୁଲବାଣୀର ଅମଲାପଡା ସ୍ଥିତ ବ୍ରାହ୍ମଣ ଦେବି ମନ୍ଦିର ପଡିଆ ସମୁଖରେ ୬ ଓ ୭ ନମ୍ବର ୱାର୍ଡ ପାଇଁ ମନ୍ତ୍ରୀ ଓ ସାଂସଦ ପ୍ରଚାର କରିବା ସହ କର୍ମୀ ମାନଙ୍କୁ ଏକଜୁଟ ହୋଇ ନିଷ୍ଠାର ସହ ପାର୍ଥୀଙ୍କ ସହ ଭୋଟରଙ୍କ ପାଖକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ବେଳେ ଉକ୍ତ ନିର୍ବାଚନ ପ୍ରଚାରରେ ଚେୟାରମ୍ୟାନ ପ୍ରାର୍ଥୀନୀ ଶ୍ରୀମତୀ ପୁନମ କହଁର, ୬ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଲଳିତା ମୁନି, ୭ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଟୁନି ସେଠିଙ୍କ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ l ଚାଲିଛି ପୌର ନିର୍ବାଚନ ପ୍ରଚାର । ସମସ୍ତ ୱାର୍ଡରେ ପ୍ରମୁଖ ଦଳର ନେତାମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସୋମବାର ଦିନ ଫୁଲବାଣୀର ୮ ନମ୍ବର ନୂଆସାହି ୱାର୍ଡରେ ମନ୍ତ୍ରୀ ପ୍ରତାପ ଜେନା ପ୍ରଚାର କରୁଥିବା ସମୟରେ ୱାର୍ଡର ମହିଳା ଭୋଟର୍ ବିରୋଧ କରିଥିଲେ l ବହୁଦିନ ଧରି ୱାର୍ଡରେ ଡ୍ରେନେଜ ଠାରୁ ଆରମ୍ଭ କରି ପାନୀୟ ଜଳର ସମସ୍ୟା ୧୦ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୱାର୍ଡର ବାସିନ୍ଦା l ପୂର୍ବତନ କାଉନ୍‌ସିଲର ଓ ଚେୟାରମ୍ୟାନ କିଛି କାର୍ଯ୍ୟ କରି ନଥିଲେ ଯାହା ଫଳରେ ୱାର୍ଡର ମହିଳା ମାନେ ଭାଷଣ ଆରମ୍ଭ ମାତ୍ରେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ମନ୍ତ୍ରୀ ଲୋକଙ୍କ କଥା ଶୁଣିବା ପରେ ୮ ନମ୍ବର ନୂଆସାହି ୱାର୍ଡରେ ମନ୍ତ୍ରୀ ପ୍ରତାପ ଜେନା ବୁଲିଥିଲେ ।

ନିଜ ଆଖିରେ ଡ୍ରେନେଜ୍ ପାଣି ସମସ୍ୟା ଦେଖିବା ପରେ ୱାର୍ଡର ବାସିନ୍ଦାଙ୍କୁ ନିର୍ବାଚନ ପରେ ସମସ୍ୟାର ସମାଧାନ ପାଇଁ କହିଥିଲେ ।୮ନଂ ୱାର୍ଡରେ ବିଜେଡି ପକ୍ଷରୁ ରାଜେନ୍ଦ୍ର ପାଢ଼ୀ( ରାଜୁ) କାଉନସିଲର ପାର୍ଥୀ ଭାବେ ପ୍ରତିଦ୍ୱନ୍ଦୀତା କରୁଛନ୍ତି। ସେ ମଧ୍ୟ ନିଜେ ନିର୍ବାଚନ ଜିତିବା ପରେ ମୋର ପ୍ରଥମ କାର୍ଯ୍ୟ ୮ନଂ ୱାର୍ଡ ର ପାନୀୟ ଓ ଡ୍ରେନେଜ ସମସ୍ୟା ଦୂର କରିବି ବୋଲି ୱାର୍ଡ ବାସୀଙ୍କୁ ପ୍ରତି ଶୃତି ଦେଇଥିଲେ। ଅନ୍ୟମାନଙ୍କ ଭିତରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ଛାତ୍ର ସଭାପତି ସୁନୀଲ ସେଠି,ଫୁଲବାଣୀର ଲୋକ ପ୍ରିୟ କଳାକାର ଜଳନ୍ଧର କହଁର, ସଂଖ୍ୟା ଲଘୁ ନେତା ମହମ୍ମଦ ସାକିଲ, ପାର୍ଥ ବିଶ୍ଵାଳ,ପୂର୍ବତନ ପୋୖରାଧ୍ୟକ୍ଷ ରାଜେନ୍ଦ୍ର କଁହର,ପ୍ରସନ୍ନ ବିଶୋଇ ପ୍ରମୁଖଙ୍କ ସମେତ ବିଜେଡି କର୍ମୀ ଓ ବହୁ ସଂଖ୍ୟlରେ ସାହିର ଜନସାଧାରଣ ଉପସ୍ଥିତ ଥିଲେ l ମନ୍ତ୍ରୀ ଓ ସାଂସଦଙ୍କ ଉପସ୍ଥିତି ଫଳରେ ଏବେ ଫୁଲବାଣୀ ରେ ବିଜେଡିର ପଲ୍ଲା ଭାରି ଥିବା ପରି ମନେ ହେଉଛି।

ad-week
Leave A Reply

Your email address will not be published.