ମାତିଲେ ଲୁଟେରା: ୬ଟି ଦୋକାନରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ


ହିଞ୍ଜିଳିକାଟୁ, (୧୫/୩): ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ବଜାରରେ ଥିବା ୬ଟି ବିଭିନ୍ନ ଦୋକାନରୁ ଲୁଟେରା ମାନେ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଗଣ୍ଡଳା ଗ୍ରାମର କେ ମାର୍ଟ ନାମକ ହୋଲସେଲ ଲୁଗା ଓ ରେଡିମେଡି ଷ୍ଟୋର ସମେତ ୬ଟି ଦୋକାନର କବାଟ ତାଲା ଭାଙ୍ଗି ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି ।

କେ ମାର୍ଟ ନାମକ ହୋଲସେଲ ଲୁଗା ଦୋକାନରୁ କମ୍ପ୍ୟୁଟର ସେଟ୍ ସହ ନଗଦ ଟଙ୍କା ଓ ବହୁ ମୁଲ୍ୟ ଟଙ୍କାର ଲୁଗା ଓ ରେଡିମେଡି ଜାମା, ବୁଦ୍ଧିଆ ସାହୁଙ୍କ ତେଜରାତି ଦୋକାନ ରୁ ଦାମୀ ସାମଗ୍ରୀ, ବିମଳା ପୂଜା ଭଣ୍ଡାରରୁ ନଗଦ ୫ହଜାର ଟଙ୍କା ଓ ଷ୍ଟେସନାରୀ ଜିନିଷ, ତାରାତାରିଣୀ କୃଷି ଭଣ୍ଡାରରୁ ୩ ହଜାର ଟଙ୍କା, ଲକ୍ଷ୍ମୀ ନୃସିଂହ ତେଜରାତି ଦୋକାନ ରୁ ଅମୁଲ, ଖାଇବା ତେଲ, ସାବୁନ, ଅମର ସହିତ ମୁଲ୍ୟବାନ ସାମଗ୍ରୀ ଓ ଆନନ୍ଦ ସାହୁଙ୍କ ଚାହା ଦୋକାନରୁ ୪ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । ଖବର ପାଇ ହିଞ୍ଜିଳି ପୋଲିସ ମଙ୍ଗଳବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଚୋରୀ ଚାଲିଥିବା ବେଳେ ପୋଲିସ କେବଳ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି କହୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଗଣ୍ଡଳା ଗ୍ରାମ ଠାରୁ ମାତ୍ର ୧୦୦ ମିଟର ଦୁରରେ ବେଲଗାଁ ପୋଲିସ ଫାଣ୍ଡି ରହିଥିଲେ ମଧ୍ୟ ପେଟ୍ରୋଲି କଡାକଡି କରାଯାଉନଥିବାରୁ ଦୁବୃର୍ତ୍ତ ମାନେ ପୁଲିସ ଆଖିରେ ଧୁଳିଛାଟି ଗୋଟିଏ ପରେ ଗୋଟିଏ ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏ ନେଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ଫୋଟ-

ad-week
Leave A Reply

Your email address will not be published.