
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବିଜେପି ଓ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଙ୍କ ପ୍ରଚାର ଘମାଘୋଟ ହୋଇଛି । ରବିବାର ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ ସାହି ଆଡ଼ପଘର ନିକଟରେ ଅସ୍ଥାୟୀ ବିଜେପି ଦଳୀୟ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ବିଜେପି ନେତା ବିଭୂତି ଜେନା ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନହିତକର ଯୋଜନା, ଆବାସ ଯୋଜନା, ସ୍ମାର୍ଟସିଟି ଯୋଜନା, ସାଗରମାଳା-ତଟପରିବେଶ ପରିଯୋଜନା ଆଦି ଉପରେ ଆଲୋକପାତ କରାଇ ଭୋଟରଙ୍କୁ ପ୍ରଭାବିତ କରାଇଥିଲେ । ଛତ୍ରପୁର ବାର ଆସୋସିଏସନ ର ସଭାପତି ତଥା ଜିଲ୍ଲା ବିଜେପି ଲିଗାଲ ସେଲ୍ ଅଧ୍ୟକ୍ଷ ଆଇନଜୀବୀ ପ୍ରଦୀପପାଢ଼ୀ ଯୋଗଦେଇ ଛତ୍ରପୁର ଏନ୍.ଏ.ସି. ର ବହୁ ଅର୍ଥ ହରିଲୁଟହେବା ଘଟଣା ବିଷୟରେ କହି ସରକାରଙ୍କ ବିଭିନ୍ନ ଯୋଜନାର ଆତ୍ମସାତ ହୋଇଥିବା କହିଛନ୍ତି । ଭାରତ ସରକାରଙ୍କ ବହୁ ଯୋଜନା ଲୋକେ ଉପଲବ୍ଧି ନ ହେବା ଏକ ଦୁର୍ଭାଗ୍ୟଜନକ ଯାହା ଆଞ୍ଚଳିକ ନେତା ଙ୍କ ଦ୍ଵାରା ଲୋକେ ଶିକାର ହେବା ବିଷୟରେ କଟୁ ସମାଲୋଚନା କରି ବଖାଣିଥିଲେ । ନେତ୍ତୃବର୍ଗ ମାନେ ବିଜେପି ପ୍ରାର୍ଥୀନୀ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଆହ୍ୱାନ କରିଥିଲେ । ବିଜେପି ରାଜ୍ୟ ସଦସ୍ୟ ପ୍ରଶାନ୍ତ କର, ନଗର ସଭାପତି ସଞ୍ଜିତ ରାଉଳ, ଜିଲ୍ଲା ଉପ-ସଭାପତି ରାଜେଶ ସାହୁ, ସାହିର ବରିଷ୍ଠ ନାଗରିକ ସୀମାଦ୍ରୀ ଚୌଧୁରୀ, ଦୟାନିଧି ସାହୁ, ମନୋରଞ୍ଜନ ବେହେରା ପ୍ରମୁଖ ବିଜେପି ସପକ୍ଷରେ ପ୍ରଚାର ଅଭିଭାଷଣ ଦେଇଥିଲେ । ୧୨ନମ୍ବର ୱାର୍ଡ ବିଜେପି ପ୍ରାର୍ଥୀନୀ ଡ଼ି.କଲ୍ୟାଣି ରେଡ୍ଡୀ ଙ୍କ ସପକ୍ଷରେ ବହୁ ମହିଳା ନେତ୍ରୀ ଘରଘରବୁଲି ପ୍ରଚାର ଜୋର ସୋର ଚଳାଇଛନ୍ତି ।
ସେହିପରି ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓ ଙ୍କ ଧର୍ମପତ୍ନୀ ଟି.ଲଷ୍ମୀ ବିଜେଡି ପ୍ରାର୍ଥୀନୀ ଭାବେ ପ୍ରଚାର ମୈଦାନରେ ଓଲ୍ହାଇଛନ୍ତି, ତାଙ୍କ ସହ ତୀବ୍ରଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ଧର୍ମପତ୍ନୀ ବିଜେପି ପ୍ରାର୍ଥୀନୀ ଶର୍ମିଷ୍ଠା ପ୍ରଧାନ ପ୍ରଚାରମୈଦାନରେ ଲଢ଼େଇ ଜାରୀ ରଖିଛନ୍ତି । ଛତ୍ରପୁର ଅଞ୍ଚଳରେ ତେଲୁଗୁଭାଷାଭାଷୀଙ୍କ ପ୍ରାଧାନ୍ୟ ଜାହିର ରହିଥିବା ସ୍ଥଳେ ଏଠାରେ ପୂର୍ଵରୁ ମଧ୍ୟ ତେଲୁଗୁ ପ୍ରାର୍ଥୀ/ପ୍ରାର୍ଥୀନୀ ଙ୍କ ଚେୟାରମ୍ୟାନ ଓ କାଉନ୍ସିଲର ପଦବୀରେ କ୍ଷମତାରେ ରହିଆସିବା ସ୍ବଭାବିକ ବିଷୟ ହୋଇଛି । ତେବେ ଚେୟାରମ୍ୟାନ ପ୍ରାର୍ଥୀନୀ କିଏ ବିଜୟୀ ହେବେ ତାହାସମୟ କହିବ । ଏହି ଦୁଇ ତେଲୁଗୁ ପ୍ରାର୍ଥୀନୀ ଙ୍କ ମଧ୍ୟରେ ଜାରୀ ରହିଥିବା ପ୍ରଚାର ଲଢ଼େଇ ଏବେ ଘମାଘୋଟ ସଦୃଶ ହୋଇଥିବା ଦେଖାଦେଇଛି ।