ଛଚିନା ଓ ବୁରିଝୁରିରେ ଦୋଳ ପୂର୍ଣ୍ଣିମା ପାଳିତ

add-all

ଖଲ୍ଲିକୋଟ (୧୯/୩) : ବେଗୁନିଆପଡା ବ୍ଲକର ପୁରପଲ୍ଲୀରେ ଦୋଳପୂର୍ଣ୍ଣିମା ଓ ରଙ୍ଗର ଉଛବ ମୋହ ସମାରୋହ ପାଳିତ ହୋଇଯାଇଛି l ସଉରା ଛଚିନା ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ବ୍ୟାପି ଦୋଳ ଉଛବ ପାଳିତ ହେବା ସହ ଗ୍ରାମର ରାଧାକୃଷ୍ଣଙ୍କ ବିଗ୍ରହ କୁ ଏକ ସୁସଜ୍ଜିତ ବିମାନ ରେ ଗ୍ରାମ ପରିକ୍ରମା କରିବା ସହ ଗ୍ରାମ ଉପକଣ୍ଠ ରେ ଥିବା ଏକ ପଡିଆ ରେ ଅଗ୍ନି ଉଛବ ପାଳିତ ହେବ ସହ ବିମାନ ରେ ଠାକୁର ମାନଙ୍କୁ ଗ୍ରାମ୍ୟ ପରିକ୍ରମା କରିବା ସାଙ୍ଗକୁ ପୂଜା ଅର୍ଚନା କରାଯାଇଥିଲା l

ସେହିପରି ବୁରିଝୁରି ଗ୍ରାମରେ ମଧ୍ୟରେ ରାଧା କୃଷ୍ଣଙ୍କ ବିଗ୍ରହ କୁ ଗ୍ରାମ୍ୟ ପରିକ୍ରମା ସାଙ୍ଗକୁ ପୂଜା ଅର୍ଚନା କରାଯିବ ସହ ଠାକୁର ମାନଙ୍କୁ ନେଇ ରଙ୍ଗଭରା ହୋଲି ପର୍ବ କୁ କୃଷ୍ଣ ଭକ୍ତ ମାନେ ପାଳନ କରିଥିଲେ l ସେହିପରି ଖଲ୍ଲିକୋଟ ସହର ଉପକଣ୍ଠ ରେ ନିର୍ମଳଝର ଠାରେ ଦୋଳ ପର୍ବ ପାଳନ ହୋଇଥିଲା l ବୀମାର ଜଗନ୍ନାଥ ଓ ସକାଳେଶ୍ଵର ଙ୍କ ବିଜେ ପ୍ରତିମା ଖଲ୍ଲିକୋଟ ସହର ପରିକ୍ରମା କରିବା ସହ ଦୁଆର ପୂଜା ପାଇବା ପରେ ଠାକୁର ମାନଙ୍କ ଭେଟ କରାଯାଇଥିଲା l ନିର୍ମଳଝର ଠାରେ ଥିଲା ଦୋଳ ମଣ୍ଡପରେ ଠାକୁର ରାଧା କୃଷ୍ଣ ଙ୍କୁ ଦଳି ରେ ଝୁଲା ଯାଇ ଭକ୍ତ ମାନଙ୍କ ଦର୍ଶନ ପାଇଁ ଭିଡ ଲାଗି ରହିଥିଲା l

ad-week
Leave A Reply

Your email address will not be published.