ପାକିସ୍ତାନର ସିଆଲକୋଟ ମିଲିଟାରୀ ବେସ ନିକଟରେ ଭୟଙ୍କର ବିସ୍ଫୋରଣ

Independence

ଇସଲାମାବାଦ: ଭୟଙ୍କର ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ। ଆଜି ସକାଳେ ପାକିସ୍ତାନର ସିଆଲକୋଟ ମିଲିଟାରୀ ବେସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍‌ରେ ଥିବା ଅସ୍ତ୍ର ଡିପୋରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଇଛି। ବିସ୍ଫୋରଣ ଏତେ ତିବ୍ରତର ଥିଲା ଯେ ପଞ୍ଜାବ ପ୍ରଦେଶର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ମଧ୍ୟ ଏହା ଶୁଣିବାକୁ ମିଳିଥିଲା।

ହୁତ୍ ହୁତ୍ ହୋଇ ନିଆଁ ମଧ୍ୟ ଏଠାରୁ ଉଠୁଥିବା ଦେଖାଯାଉଛି । ତେବେ ଏହି ବିସ୍ଫୋରଣରେ କେତେ କ’ଣ କ୍ଷୟକ୍ଷତି ହୋଇଛି ଏ ଯାଏଁ କିଛି ସୂଚନା ମିଳିପାରିନାହିଁ। ତେବେ ବର୍ତ୍ତମାନ ଯାଏଁ ବିସ୍ଫୋରଣ ପଛର ପ୍ରକୃତ କାରଣ ଜଣାପଡିନାହିଁ।

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓଗୁଡିକରେ, ଭୟଙ୍କର ଅଗ୍ନିକାଣ୍ଡ ସହ ଧୂଆଁ ସାମରିକ ବେସର ଉପରୁ ଉଠୁଥିବା ଦେଖିବାକୁ ମିଳିଛି। ତେବେ ସିୟାଲକୋଟର ସେନା ଶିବିର ବହୁତ ପୁରଣା ଏବଂ ଏହା ପାକିସ୍ତାନୀ ସେନାଙ୍କ ଗୁରୁତ୍ୱପୂର୍ଣ୍ଣ ସେନା ଶିବିର ଯାହା ସହର ସହ ଲାଗିରହିଛି । ଏବଂ ଏହାର ସ୍ଥାପନା ୧୮୫୨ରେ ବ୍ରିଟିସ ଭାରତୀୟ ସେନା ଦ୍ୱାରା କରାଯାଇଥିଲା ।

ad-week
Leave A Reply

Your email address will not be published.