ଜଙ୍ଗଲ ସୁରକ୍ଷା ପାଇଁ ଫାୟାର ସ୍କୁୱାର୍ଡ଼ ଗାର୍ଡଙ୍କୁ ପୋଷାକ ଓ ସରଞ୍ଜାମ ପ୍ରଦାନ

add-all

ଦାରିଙ୍ଗବାଡ଼ି (୨୧/୦୩) : ଜଙ୍ଗଲ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା ସହିତ ପରିବେଶ ସନ୍ତୁଳନ ସଠିକ ହୋଇ ପାରିବ। ଏଣୁ ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ଊଦ୍ୟମ ଜାରି ରହିଛି। ଖରା ଦିନେ ପ୍ରତି ବର୍ଷ ପ୍ରାକୃତିକ ଓ କୁତ୍ରିମ ଉପାୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପୋଡି ହୋଇଥାଏ। ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ବନାଞ୍ଚଳରେ ଫାୟାର ସ୍କୁୱାର୍ଡ଼ ଗଠନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଏକ ଫାୟାର ସ୍କୁୱାର୍ଡ଼ ଗଠନ କରାଯାଇ ସେମାନଙ୍କୁ ପୋଷାକ ସହ ବିଭିନ୍ନ ଉପକରଣ ଯଥା ଟର୍ଚ୍ଚ ଲାଇଟ୍‌, ଫୋଗ ମେସିନ, ଜୋତା ଆଦି ସରଞ୍ଜାମ ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଗବାପୁର ବନପାଳ ସମସ୍ତ ଫାୟାର ସ୍ମାର୍ଟ ଗାର୍ଡ ମାନଙ୍କୁ ସଚେତନତା ବାର୍ତା ଦେଇ, କିଭଳି ନିଜେ ସୁରକ୍ଷିତ ରହି ଜଙ୍ଗଲର ସୁରକ୍ଷା କରି ପାରିବେ ସେମାନଙ୍କ ମନୋବଳକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ ।

କଟିଙ୍ଗିଆ, ଗଦାପୁର ଓ ବ୍ରାହ୍ମଣୀଗାଁ ବନଖଣ୍ଡ ଅଧୀନରେ ପ୍ରାୟ ୩୦ ଜଣଙ୍କୁ ନେଇ ଫାୟାର ସ୍କୁୱାର୍ଡ଼ ଗଠନ କରାଯାଇ ବନାଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି ବରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ବ୍ରାହ୍ମଣୀଗାଁ ବନାଞ୍ଚଳ ଇନଚାର୍ଜ ସତିଶ କୁମାର ଧାରୁଆଙ୍କ ତତ୍ତ୍ବାବଧାନରେ ବ୍ରାହ୍ମଣୀଗାଁ ବନପାଳ ଇନଚାର୍ଜ ଦୀପକ ରଞ୍ଜନ ପଟ୍ଟନାୟକ, ଗଦାପୁର ବନପାଳ ଅଞ୍ଜନ କୁମାର ନାୟକ, ବାଟିଙ୍ଗିଆ ବନପାଳ ମନୋରଞ୍ଜନ ପରିଛାଙ୍କ ସମେତ ସମସ୍ତ ବନ କର୍ମଚାରୀ ଭକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.