ଚିକିଟିରେ ବିଜେପିର ବାଇକ ରାଲି

add-all


ଚିକିଟି : ଚିକିଟି ଏନଏସି ନିର୍ବାଚନି ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ବାକୁ ବସିଥିବା ବେଳେ ଭାରତୀୟ ଜନତା ଦଳ ର ସୋମବାର ବିରାଟ ବାଇକ ରାଲି ହୋଇଛି।ସହ ସହ ସମର୍ଥକ ଙ୍କ ଗହଣ ରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଯୋଗ ଦେଇ କର୍ମୀ ଙ୍କୁ ଉତ୍ସାହିତ କରି ଚିକିଟି ରେ ଶାନ୍ତି ଫେରେଇ ଆଣିବାକୁ ଭାରତୀୟ ଜନତା ଦଳ କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି।ଚିକିଟି ରେ ବିପକ୍ଷ ଗୋଷ୍ଠୀ ଙ୍କୁ ଆକ୍ରୋଶ ଏବଂ ଭୟଭୀତ କରେଇ ଭୋଟ ହାତେଇବା ପରମ୍ପରା କୁ ଦମନ ପାଇଁ ଦଳ କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଡ୍ୟାନ ସାମନ୍ତରା।ଦଳ ର ଅଧ୍ୟକ୍ଷା ପ୍ରାର୍ଥୀନି ପୁଷ୍ପାଞ୍ଜଳି ସେଠି ଙ୍କ ସହିତ କାଉନସିଲର ଆଶାୟୀ ପି ସନ୍ତୋଷ, ରାଜେଶ ପାଢ଼ୀ, ଅନନ୍ତ ପାଣିଗ୍ରାହୀ, ଦୁହିତା ବେହେରା, ଜୁର ବେହେରା, ସବିତା ସେଠି, ସୀମାଞ୍ଚଳ ସାହୁ ଙ୍କୁ ପାଇଁ ପ୍ରଚାର ହୋଇ ଜିତେଇବା ନେଇ ଅନୁରୋଧ ମଧ୍ୟ କରାଯାଇଛି।
କରବାଲୁଆ ଠାକୁରାଣୀ ମନ୍ଦିର ଠାରୁ ବାହାରି ବାଇକ ରାଲି ଏବଂ ରୋଡ ସୋ ରେ ସମସ୍ତ ୱାର୍ଡ ବାସିନ୍ଦା ଙ୍କୁ ଚିକିଟି ରାଜନୀତି ରେ ଦୀର୍ଘ ଦିନର ଶାସନ ରେ ଅବହେଳିତ ସହର କୁ ବିକାଶ ଧାରା ରେ ଆଗେଇ ନେବାକୁ ଦଳ କୁ ସୁଯୋଗ ଦେବାକୁ ଯୁବ ନେତା ଅନ୍ତର୍ଯ୍ୟାମୀ ମହାନ୍ତି ବୁଝେଇଥିଲେ।
ଅନ୍ୟ ପକ୍ଷରେ ପାତ୍ରପୁର ବ୍ଲକ ରେ ଦଳ ବ୍ଲକ ଅଧ୍ୟକ୍ଷ ପଦ ହାତେଇ କର୍ମୀ ଙ୍କ ଉତ୍ସାହ ବଢିଯାଇଥିବା ବେଳେ ଚଳିତ ପୌର ନିର୍ବାଚନ ରେ ଝଲକ ଦେଖିବାକୁ ମିଳିଥିଲା ଏବଂ ବିଜେଡି ର ଗଡ଼ ରେ ଦଳ ରଣ ହୁଙ୍କାର ଦେଇଆଗାମୀ ଦିନରେ ଚିକିଟି କୁ ସୁନା ର ଚିକିଟି ରେ ପରିଣତ କରିବା ନେଇ ଦଳ ର ପରିକଳ୍ପନା ରହିଥିବା ଦଳ ର ଏଜେଣ୍ଡା ବୋଲି ମତ ପ୍ରକାଶ ପାଇଥିଲା।ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ମିନା ସାମନ୍ତରା,ଯୁବ ନେତା ଦେବଦତ୍ତ ପଣ୍ଡା, ମଣ୍ଡଳ ସଭାପତି ରେଣୁକେଶ୍ୱର ରାଓ ଙ୍କ ସମେତ ବହୁ ପ୍ରଭାବଶାଳୀ ନେତୃତ୍ୱ ପ୍ରଚାର ରେ ସାମିଲ ଥିଲେ।

ad-week
Leave A Reply

Your email address will not be published.