ଫୁଲବାଣୀ :୪ କ୍ୟୁଣ୍ଟାଲ୍ ୪ କେଜି ଗଞ୍ଜେଇ ଜବତ ଜଣେ ଗିରଫ…

add-all

ଫୁଲବାଣୀ:-ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ପୁଲିସକୁ ମିଳିଛି ବଡ଼ ସଫଳତା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରା ପଡି ଜେଲ୍ ମଧ୍ୟ ଜିବାକୁ ପଡ଼ିଛି। ତଥାପି ଗଞ୍ଜେଇ ଚାଷ ବା ଚୋରା ଚାଲାଣ  ଥମିବାର ନାଁ ଧରୁ ନାହିଁ। ପୁଲିସ ଯେତିକି ଚଢ଼ାଉ ଜାରି ରଖୂଛି, ଗଞ୍ଜେଇ ମାଫିଆ ମାନେ ସେତିକି ସକ୍ରିୟ ଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗାମାହା ଗ୍ରାମରୁ ପୋଲିସ ପକ୍ଷରୁ ପୁଣି ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଏଥିରେ ସପ୍ରୃକ୍ତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ତେବେ ଆଉ ଦୁଇ ଜଣ ମାଫିଆ ପୁଲିସକୁ ଦେଖି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ସୁଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ
ନୁଆପଦର ପଞ୍ଚାୟତର ପାଙ୍ଗାମାହା ଗ୍ରାମ ରାସ୍ତା କଡରେ ବାହାର ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି କରାଯାଉଥିବା କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ସହାୟତାରେ ଚଢ଼ାଉ କରି ଥିଲେ ।ଚଢ଼ାଉ ବେଳେ ସେଥିରୁ ୪ କ୍ୟୁଣ୍ଟାଲ୍ ୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ତେବେ ଦୁଇଜଣ ମାଫିଆ ପୁଲିସକୁ ଚକମା ଦେଖାଇ  ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ପାଙ୍ଗାମାହା ଗ୍ରାମର ସନ୍ତୋଷ କହଁରଙ୍କୁ ଗିରଫ କରି ବୁଧୁବାର କୋର୍ଟ ଚାଲାଣ କରିଛି ।ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୪୨/୨୨ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି। 

ad-week
Leave A Reply

Your email address will not be published.