ଦାରିଙ୍ଗବାଡ଼ିରେ ଆସିକ୍ସ ବ୍ୟାଙ୍କର ଉଦ୍ଘାଟନ

add-all

ଦାରିଙ୍ଗବାଡ଼ି,୨୪/୩, ଦାରିଙ୍ଗବାଡ଼ି ପେଟ୍ରୋଲ ପମ୍ପ ଛକ ନିକଟରେ ନୂତନ ଆସିକ୍ସ ବ୍ୟାଙ୍କର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ବ୍ୟାଙ୍କ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର କ୍ଲଷ୍ଟର ମୁଖ୍ୟ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ୱାବଧାନ କ୍ରମେ ଶାଖା ପରିଚାଳକ ପ୍ରତ୍ୟୁଷ କୁମାର ସାହୁ, ସେଲସ କ୍ଲଷ୍ଟର ମୁଖ୍ୟ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କ ସେବା ବିଷୟରେ ଆଲୋକ ପାତ କରିବା ସହ ବ୍ୟାଙ୍କରେ ସବୁ କଣ କଣ ସୁବିଧା ରହିଛି ସେନେଇ ଗ୍ରାହକ ଙ୍କୁ ବୁଝାଇଥିଲେ । ଦାରିଙ୍ଗବାଡ଼ିରେ ନୂତନ ଭାବେ ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ଅଂଚଳବାସୀ ଖୁସି ଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.