
ଚିକିଟି : ଚିକିଟି ଏନଏସିର ଚଳିତ ନିର୍ବାଚନ ମତଦାନ ବେଳେ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନି ପୁଷ୍ପାଞ୍ଜଳି ସେଠିଙ୍କ ଘର ଉପରକୁ ଟେକା ପଥର ମାଡ କରିବା ସହ ଗୋଟିଏ କାର ଓ ଛଅଟି ବାଇକ ଭଙ୍ଗାରୁଜା ହୋଇଥିବା କେ. ନୂଆଗାଁ ଥାନା ରେ ଅଭିଯୋଗ ହୋଇଛି । ଏ ଘଟଣା ରେ 2 ଜଣ ଆହତ ହୋଇଥିବା ବେଳେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ଏବଂ ପୋଲିସ ଉପସ୍ଥିତ ରେ ଏ ଘଟଣା ଘଟି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିବା ସମସ୍ତେ ତାଯୁବ ହୋଇଛନ୍ତି।ତେବେ ଏ ହିଂସାକାଣ୍ଡ ଅଞ୍ଚଳ ପାଇଁ ଶୁଭଙ୍କର ହୋଇ ନଥିବା ବେଳେ ଆଗାମୀ ଦିନ ରେ ଏ ସବୁ କିପରି ନ ଘଟିବ ପୋଲିସ ପଦକ୍ଷେପ ନେବାକୁ ଦାବି ହୋଇଛି।
ଘଟଣା ରୁ ପ୍ରକାଶ ଯେ ମତଦାନ ଚାଲିଥିବା ସମୟରେ 7 ନମ୍ବର ୱାର୍ଡ ରେ ରାଗିଙ୍ଗ ଅଭିଯୋଗ ରେ ଅଧ୍ୟକ୍ଷା ପ୍ରାର୍ଥୀନି ଇ ଭି ଏମ ମେସିନ ର ତାର ଛିଣ୍ଡେଇବା ଅଭିଯୋଗ ରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।ଫଳ ରେ ପୁଷ୍ପା ଙ୍କ ଘର ଉପରକୁ ଆକ୍ରମଣ ହୋଇଥିବା ଆଲୋଚନା ହେଉଛି।ତେବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଡ୍ୟାନ ସାମନ୍ତରା ଙ୍କ ଅଭିଯୋଗ ପ୍ରକାରେ ନିର୍ବାଚନ ତଦାରଖ ପାଇଁ ପୁଷ୍ପାଞ୍ଜଳି ଘରେ ସେ ତାଙ୍କ ସ୍ତ୍ରୀ ଙ୍କ ସହ କିଛି କର୍ମୀ ଙ୍କୁ ନେଇ ବସିଥିଲେ।ହାତଟା ଦିନ 2 ଟା 45 ସମୟରେ ବିଜେଡି ର ଜଣେ ତୁଙ୍ଗ ନେତା ଙ୍କ ନେତୃତ୍ୱରେ 200 ଲୋକ ଆସି ପୁଷ୍ପାଞ୍ଜଳି ଙ୍କ ଘର ଉପରକୁ ଆକ୍ରମଣ କରିଥିଲେ।ଗ୍ରୀଲ ବନ୍ଦ କରି ରହିଯିବା ଫଳ ରେ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ଓଡି07 j 7466 ନମ୍ବର କାର କୁ ଭାଙ୍ଗି ଚୁର ମାର କରିବା ସହ 6 ଟି ବାଇକ ମଧ୍ୟ ଭାଙ୍ଗି ଦିଆ ଯାଇଛି।ଏ ଆକ୍ରମଣ ରେ 2 ଜଣ ଆହତ ହୋଇଥିବା ବେଳ ପୁଷ୍ପା ଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଛି । ଅନ୍ୟ ପକ୍ଷରେ ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀ ଙ୍କୁ ଦିନ ସାରା ଗାଳି ଗୁଲଜ କରି ମାରିଦେବାକୁ ଧମକ ଦିଆଯାଇଥିବା ସେ ପୋଲିସ କୁ ଅଭିଯୋଗ କରିଥିବା ଅଭିଯୋଗ ପତ୍ର ରେ ଦର୍ଶେଇଛନ୍ତି।
ଏ ସଂକ୍ରାନ୍ତରେ 20 ଜଣ ଙ୍କ ନାମ ରେ ଅଭିଯୋଗ ହୋଇଥିବା ବେଳେ ଖବର ପାଇ ଅତିରିକ୍ତ ଏସ ପି ରମେଶ ଚନ୍ଦ୍ର ସେଠି, ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ଭାତ୍ରା,ଆଇ ଆଇ ସି ମୃତୁଞ୍ଜୟ ସ୍ୱାଇଁ ପହଂଚି ଅନୁସନ୍ଧାନ ଜାରି ରଖିଛନ୍ତି।ଘଟଣା ପରେ ସୁରକ୍ଷା ତଥା କାର୍ଯ୍ୟାନୁଷ୍ଠାନ ପାଇଁ ରାଜରାସ୍ତା ରେ କର୍ମୀ ମାନେ ବସି ଥିବାବେଳେ ପୋଲିସ ବୁଝା ସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ବିପକ୍ଷ ଗୋଷ୍ଠୀ ତରଫରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ଆସିନଥିବା ଏସ ଡି ପି ଓ ପ୍ରକାଶ କରିଥିବା ବେଳେ ମାମଲା ରୁଜୁ ସହିତ ଏକ ପ୍ଲାଟୁନ ପୋଲିସ ମୁତୟନ ଅଛନ୍ତି ଘଟଣା ସ୍ଥଳରେ।ଅନ୍ୟ ପକ୍ଷରେ ଚଳିତ ନିର୍ବାଚନ ରେ ଚିକିଟି ଏନ ଏ ସି ରେ 72 ଶତକଡା ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ତହସିଲଦାର ବିଶ୍ୱରଞ୍ଜନ କଁଅର ସୂଚନା ଦେଇଛନ୍ତି।