ନବରଙ୍ଗପୁର ପୌରପାଳିକା ଫଳାଫଳ : ବିଜେଡି ଗଡ଼ ରେ ଫୁଟିଲା ପଦ୍ମ…

add-all

ନବରଙ୍ଗପୁର : ବିଜେଡି ଗଡ଼ ରେ ଫୁଟିଛି ପଦ୍ମ, ନବରଙ୍ଗପୁର ପୋୖରାଧକ୍ଷ ପଦ ଅକ୍ତିଆର କରିଛନ୍ତି, ବିଜେପି ର କୁନୁ ନାୟକ ବିଜେଡି ର ଭୀମ ହରିଜନ କୁ 2000 ଭୋଟ ବ୍ୟବଧାନ ରେ ପରାଜିତ କରିଛନ୍ତି, ନବରଙ୍ଗପୁର ପୌରପାଳିକା 17 ଟି ୱାର୍ଡ କୁ ନେଇ ଗଠିତl ଚଳିତ ନିର୍ବାଚନ ରେ ବିଜେପି ସମସ୍ତ 17 ଗୋଟି ୱାର୍ଡ ରେ ପ୍ରାର୍ଥୀ ଦେଇଥିବା ବେଳେ ଜଣେ ନବାଗତ ଙ୍କୁ ଅଧକ୍ଷ ପ୍ରାର୍ଥୀ କରିଥିଲା l ପଂଚାୟତ ନିର୍ବାଚନ ରେ ପରାଜୟ ବରଣ କରିଥିବା ବିଜେପି ମୁନସିପାଲିଟି ରେ କିନ୍ତୁ ଭଲ ପ୍ରଦର୍ଶନ କରିବା ସହ ଅଧକ୍ଷ ପଦ ମଧ୍ୟ ହାତେଇଛି l ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଙ୍କ ଗଣିତ ନବରଙ୍ଗପୁର ସହର ରେ ଫେଲ ମାରିଛି, ପ୍ରଦୀପ ଙ୍କ ନେତୃତ୍ୱରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଡାବୁ ଗାଁ ବିଧାୟକ ମୋନହର ରନ୍ଧାରୀ ପୌରପାଳିକା କୁ ହାତେଇ ବାକୁ ଅପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ,ଜନତା ଜନାର୍ଦନ ବିଜେଡି କୁ ଗ୍ରହଣ କଲେ ନାହିଁ। l ଅଧକ୍ଷ ପଦ କୁ ବାଦ ଦେଇ ସମସ୍ତ ୱାର୍ଡ ରେ ମଧ୍ୟ ବିଜେପି ର ପ୍ରଦର୍ଶନ ଭଲ ରହିଛି l ସମସ୍ତ 17 ଟି ୱାର୍ଡ ମଧ୍ୟରୁ 2 ଟି ସ୍ୱାଧୀନ କୁ 6 ଟି ବିଜେପି କୁ ଓ 9 ଟି ଯାଇଛି ବିଜେଡି ଖାତା କୁ ସେ ଯାହାବି ହେଉ ବିଜେଡି ର ସବୁ ଅଙ୍କ ଭୁଲ ପ୍ରମାଣିତ ହୋଇଛି ଯାହାକି ଆଗାମୀ ସାଧାରଣ ନିର୍ବାଚନ ରେ ମଧ୍ୟ ଏହାର ପ୍ରଭାବ ପଡ଼ି ପାରେ ବୋଲି ଜିଲ୍ଲାର ରାଜନୀତିଜ୍ଞ ମାନେ ମତ ରଖି ଲେଣି….

ad-week
Leave A Reply

Your email address will not be published.