ଗଞ୍ଜାମ ଏନଏସି ପୌରନିର୍ବାଚନରେ ଅଧ୍ୟକ୍ଷା ସ୍ୱାଧୀନ ପ୍ରାର୍ଥୀନୀ ପ୍ରତିଭା ପାଢ଼ୀ ୫୧ ଭୋଟ ବ୍ୟବଧାନରେ ବିଜୟିନୀ

add-all

୧୨ଟି ୱାର୍ଡରୁ ବିଜେଡି ହାତରେ ୧୧ କାଉନସିଲର

ଗଞ୍ଜାମ: ଗଞ୍ଜାମ ଏନଏସି ପୌରନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ସ୍ୱାଧୀନ ଅଧ୍ୟକ୍ଷା ପାର୍ଥିନୀ ପ୍ରତିଭା ପାଢ଼ୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନିଙ୍କ ଝୁଲି ପାତ୍ର ଙ୍କ ଠାରୁ ୫୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟିନୀ ହୋଇଥିବା ଜଣାପଡିଛି। ଅନ୍ୟପଟେ ଗଞ୍ଜାମ ଏନଏସି ର ୧୨ ୱାର୍ଡ ମଧ୍ୟରୁ ୧୧ ୱାର୍ଡରେ ବିଜେଡି କାଉନସିଲର ମାନେ ବାଜିମାତ କରିଛନ୍ତି ।

୧ ନମ୍ବର ୱାର୍ଡରେ ସୁରେନ୍ଦ୍ର କୁମାର ବାରିକି(ବିଜେଡି),୨ନମ୍ବର ୱାର୍ଡରେ ରିତା ଦେବୀ ମହାରଣା(ବିଜେଡି),୩ ନମ୍ବର ୱାର୍ଡରେ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ରଇବାରି ଯାନୀ(ବିଜେଡି),୪ନମ୍ବର ୱାର୍ଡରେ ସବିତା ବେହେରା(ବିଜେଡି),୫ନମ୍ବର ୱାର୍ଡରେ ସଂଯୁକ୍ତା ଦାଶ(ବିଜେଡି),୬ନମ୍ବର ୱାର୍ଡ ଅରୁଣ କୁମାର ପଣ୍ଡା(ସ୍ୱାଧୀନ),୭ନମ୍ବର ୱାର୍ଡ ପୁରୁଷୋତ୍ତମ ସାହୁ(ବିଜେଡି),୮ ନମ୍ବର ୱାର୍ଡ ମହାଲକ୍ଷ୍ମୀ ନାୟକ(ବିଜେଡି),୯ନମ୍ବର ୱାର୍ଡ ସ୍ୱାଗତ ଆଶିଷ ନାୟକ(ବିଜେଡି),୧୦ ନମ୍ବର ୱାର୍ଡ ସୁନିତା କୁମାରୀ ମହାନ୍ତି(ବିଜେଡି),୧୧ନମ୍ବର ୱାର୍ଡ ପି.ମୋହନ ରେଡି(ବିଜେଡି) ଓ ୧୨ ନମ୍ବର ୱାର୍ଡ ପି.ଚନ୍ଦ୍ର ଶେଖର( ବିଜେଡି) ପ୍ରମୁଖ ପାର୍ଥି/ପାର୍ଥିନୀ ମାନେ କାଉନସିଲର ଭାବେ ବିଜୟୀ ହୋଇଥିବା ଜଣାପଡିଛି।
ସୂଚନା ଯୋଗ୍ୟଯେ ଉକ୍ତ ନିର୍ବାଚନରେ ବିଜେପି ଓ କଂଗ୍ରେସ ଜାତୀୟ ଦଳ ହୋଇଥିବା ବେଳେ ଅଧ୍ୟକ୍ଷା ପଦବୀ ପାଇଁ ବିଜେପି ମାତ୍ର ୧୭୬ ଟି ଭୋଟ ପାଇଥିବା ବେଳେ କଂଗ୍ରେସ ମାତ୍ର ୯୩ ଟି ଭୋଟ ପାଇଛି।୫୧ ଟି ଭୋଟ ନୋଟା ରେ ପଡିଥିବା ଜଣାପଡିଛି। ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକ ମାଜିଷ୍ଟେଟ ତଥା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ପୋଲିସ ଟିମ ଆଇନ ଶୃଙ୍ଖନା ପ୍ରତି କଡା ନଜର ରଖିଥିଲେ।ଯାହାକୁ ନେଇ ଭୋଟ ଗଣତି ଓ ଫଳାଫଳ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଥିଲା।

ad-week
Leave A Reply

Your email address will not be published.