
ମାଲକାନଗିରି (୨୬/୦୩) : ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟର ବିକାଶ ପାଇଁ ଗତ ପ୍ରାୟ ଏକ ବର୍ଷ ଧରି ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡିଆ ବ୍ଲକରେ ଆଇଟିସି ମିଶନ ସୁନେହରାକଲ କାର୍ଯ୍ୟକ୍ରମ ଅବସରରେ ମମତା ଓଡିଶା ପକ୍ଷରୁ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିପାଇଁ ଆଜି କାଲିମେଳା ବ୍ଲକ କାର୍ଯ୍ୟାଳୟ ପରିସରରେ ମମତା ଓଡିଶା ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଛି। ଏହି କର୍ମଶାଳା ରେ ଗତ ବର୍ଷ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯକୁ ସୁଦୃଢ଼ କରିବା ପାଇଁ ଅୟୋଜିତ ପିୟର ଲିଡର ଟ୍ରେନିଂ, ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ତାଲିମ, ଗାଁ କଲ୍ୟାଣ ସମିତି ଅନ୍ତର୍ଗତ କର୍ମୀଙ୍କ ତାଲିମ,ଗୋଷ୍ଠୀ ସମୂହ ତାଲିମ ଓ ଗ୍ରାମ ସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହେବା ସହ ଚଳିତ ବର୍ଷ ପ୍ରାୟ ଏକ ହଜାର ଆଠ ଶହ କର୍ମୀ ଏହି ତାଲିମ ରେ ଯୋଗ ଦେଇଥିବା କୁହାଯାଇଥିଲା। ସେହିପରି ପ୍ରାୟ ୧୨ ହଜାର ୪ ଶହ ୮୦ କିଶୋର ବାଳକ ବାଳିକା, ୧୭୮୦ ଗର୍ଭବତୀ ଓ ପ୍ରସୂତୀ ମହିଳା, ୫ ହଜାର ବିବାହିତ ଦମ୍ପତି ଓ ଏକ ହଜାର ୭୨ ଜଣ ୦-୬ ବର୍ଷ ଶିଶୁ ଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କ ସ୍ଵାସ୍ଥ୍ଯ, ପୋଷଣ ଓ ସ୍ଵଚ୍ଛତା ବାବଦରେ ତାଲିମ ଦିଆଯାଇଥିବା ଜଣାପଡିଛି। କାର୍ଯ୍ୟକ୍ରମ ଆରମ୍ଭରେ ମମତା ଓଡିଶା ଓଡିଶା ଶାଖା ମୁଖ୍ୟ ଡଃ ସୁରେନ୍ଦ୍ର ଜେନା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ କହିବା ସହ ପ୍ରୋଜେକ୍ଟର ମାଧ୍ୟମରେ ସ୍କ୍ରିନିଂ କରାଇଥିଲେ। ଏହି ଅବସରରେ ପଡିଆ ଓ କାଲିମେଳା ବ୍ଳକର ବିଭିନ୍ନ ଅଙ୍ଗନବାଡ଼ି କର୍ମୀ, ସ୍ଵାସ୍ଥ୍ଯ କର୍ମୀ, ଆଶା ଦିଦି, ଗର୍ଭବତୀ ପ୍ରସୂତୀ ମହିଳା ସହ କିଶୋର ଓ କିଶୋରୀ ମାନେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ଓଡିଶା ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବେଶ ପ୍ରସଂଶା କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମା ଶଙ୍କର ଦଲେଇ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଡିଓ ବସନ୍ତ କୁମାର ବେହେରା, ଆଇଟିସି ମିଶନ ର ପ୍ରୋଗ୍ରାମ୍ ମ୍ୟାନେଜର ଜୟ ପ୍ରକାଶ ରାମାସ୍ଵାମୀ, ପ୍ରୋଗ୍ରାମ ଅଫିସର କେ କୃଷ୍ଣ ଓ ଡଃ ଅନୁପ ପାଢି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହର୍ଷା ଟ୍ରଷ୍ଟ ରୁ ରାକେଶ ହୋତା, ପ୍ରଥମ ଓଡିଶାରୁ ଶଙ୍କର କ୍ଷିତି, ସ୍ରୁଷ୍ଟି ଓଡିଶାରୁ ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜେଶ ଓଝା, ନୟାମୀ ଖରା, ଭୁବନ ବିଶି, ପୂଜା ଚକ୍ରବର୍ତ୍ତୀ, ଝିଲି ସିଲ୍ ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।