ମାଲକାନଗିରି ପରିବହନ ବିଭାଗ ଦ୍ଵାରା ଘୋରଇ ବସ ଯାଂଚ…

add-all

ମାଲକାନଗିରି : ମାଲକାନଗିରି ପରିବହନ ବିଭାଗ ଦ୍ଵାରା ଗ୍ରୀଷ୍ମ ପ୍ରବାହ ସମୟ ରେ ଘୋରଇ ପାସେଞ୍ଜର ବସ ଯାଂଚ କରାଯାଇଛି
ଗ୍ରୀଷ୍ମପ୍ରବାହ ସମୟ ରେ ବସ ଭିତରେ ପାଣି ତଥା ଓ.ଆର.ଏସ ପ୍ୟାକେଟ ମହଜୁଦ ରଖିବା ଓ ଏହାର ଖିଲାପ ହେଉଛି କି ନାହିଁ ତାହା ଜାଣିବା ପାଇଁ ମାଲକାନଗିରି ଆର.ଟି.ଓ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହା ସହିତ ବସର ରେଟ ଚାଟ ମଧ୍ୟ ତଦାରଖ କରିବା ସହ ଯାତାୟତ କରୁଥିବା ଯାତ୍ରୀ ମାନେ ଟିକେଟ ପାଇଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢିବା ସହ ଗରମ ଅନୁଭୂତ ହେଉଛି ଯାହା ଫଳରେ ବସ ଚଳାଚଳ ସମୟ ରେ ମଧ୍ୟ ପରିବହନ ବିଭାଗ ସୁଧାର ଆଣିଛି ଓ ଯାତ୍ରୀଙ୍କ ପାଇଁ ବସ ରେ ପାଣି ଓ ଓ.ଆର.ଏସ ମଧ୍ୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ହେଲେ ମାଲକାନଗିରି ଜିଲ୍ଲା ରେ ଏହା ଠିକଠାକ ଭାବରେ ହେଉଛି କି ନାହିଁ ତାହା ଜାଣିବା ପାଇଁ ମାଲକାନଗିରି ପରିବହନ ବିଭାଗ ଦ୍ଵାରା ପାସେଞ୍ଜର ବସ ଗୁଡିକ ଯାଞ୍ଚ କରାଯାଇଥିଲା। ବେଳେ ବେଳେ ଦେଖାଯାଏ ଯେ ଯାତ୍ରୀ ମାନଙ୍କ ଠାରୁ ବସ ମାଲିକ ମାନେ ଅଧିକ ଭଡ଼ା ଆଦାୟ କରନ୍ତି ହେଲେ ଏହା ନେଇ ବସ କଣ୍ଟକଟର ଓ ସାଧାରଣ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥାଏ ।ଏହା ନେଇ ଆର.ଟି.ଓ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବସରେ ରେଟଚାଟ ଲଗାଯାଇଛି କି ନାହିଁ ତାହା ତଦାରଖ କରାଯାଇଥିଲା।ଏହି ଚେକ ସମୟ ରେ ମାଲକାନଗିରି ଆର.ଟି.ଓ ର ସବ ଇନ୍ସପେକ୍ଟର ଜସକେତନ ସଗରିୟା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.