‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ବଣାଇଁ ପାଠାଗାରଠାରେ ଚିତ୍ରାଙ୍କନ ପ୍ରତିଯୋଗିତା

add-all

ରାଉରକେଲା, ୨୭/୩/ ୨୦୨୨(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ ବହିପଢ଼ ଅଭିଯାନ ଚାଲିଛି। ଏହା ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଜି ବଣାଇଁ ପାଠାଗାର ଠାରେ ଚିତ୍ରାଙ୍କନ ଉପରେ ଏକ କର୍ମଶାଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କଳାକାର ଋକ୍ମଣୀ ବଲ୍ଲଭ ପ୍ରଧାନ ଯୋଗଦେଇ ଚିତ୍ରାଙ୍କନର ବିଭିନ୍ନ ଶୈଳୀ ବିଷୟରେ କହିଥିଲେ। ଏହି ଅବସରରେ ବଣାଇଁ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ଏଥିରେ ଯୋଗଦେଇ ପ୍ରତିଯୋଗିତାରେ ଭାଗନେଇଥିବା ପିଲାମାନଙ୍କୁ ବହି ପଢା ପ୍ରତି ମନ ବଳାଇବା ନିମନ୍ତେ ପରାମର୍ଶ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବଣାଇଁରେ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଉପ ଜିଲ୍ଲାପାଳ ଉପସ୍ଥିତ ଅଭିବାଭକମାନଙ୍କ ସହ ଆଲୋଚନା କରିଥିଲେ। ଚିତ୍ରାଙ୍କନ ଚାଲୁଥିବା ସମୟରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକମାନେ ପାଠାଗାରର ରିଡିଙ୍ଗ୍ ରୁମରେ ବସି ବିଭିନ୍ନ ବହି ପଢିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବଣାଇଁ ଏବିଇଓ ସଦାନନ୍ଦ ମହାନ୍ତ, ସିଆରସିସି ଅନ୍ତର୍ଯାମୀ ରଣା, ପିଇଓ ଥବୀର ମାଝି ଏବଂ ବଣାଇଁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବହି ପଢ଼ ଅଭିଯାନକୁ ବ୍ୟାପକ କରିବା ପାଇଁ ପାଠାଗାର ନିର୍ମାଣ ସହିତ ବିଭିନ୍ନ ପ୍ରକାରର ବହି ଯୋଗାଇ ଦିଆଯାଉଛି।

ad-week
Leave A Reply

Your email address will not be published.