ତ୍ରିସ୍ତରୀୟ ପଞ୍ଚାୟତ ନବ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

add-all

ଦାରୀଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ଵ୍ରହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗଡା, ଗଦାପୁର, ସରାମୁଳି, ତାଜୁଙ୍ଗି ଓ ହାତିମୁଣ୍ଡା ଗ୍ରାମ ପଞ୍ଚାୟତର, ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନରେ ନବ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ନାଏବ ସରପଞ୍ଚ ସମେତ ବ୍ରାହ୍ମଣୀଗାଁ ୧୧ନଂ ଜୋନ ଜିଲା ପରିଷଦ ପାର୍ଥିଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବ ଗାନ୍ଧୀ ସଭା ଗୃହରେ କରା ଯାଇଛି। “ଆମଗାଁ” ସ୍ବେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଏହିକାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲିକ, ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତିରାୟ, ୱାର୍ଡ ସଭ୍ୟ ଦିବ୍ୟସିଂହ ପାତ୍ର, ଝିଞ୍ଜିରିଗୁଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ପ୍ରଧାନ, କୁମ୍ଭାରୀଗାଁ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କଲ୍ୟାଣି ଦିଗାଲ, ନାଏବ ସରପଞ୍ଚ ସୁନିଲ ମାଝୀ, କାଟିଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଭଦ୍ରା ପଡ୍ରା, ଗଦାପୁର ସରପଞ୍ଚ ଶ୍ରୀମତୀ କୁମାରୀ ମଲିକ, ୱାର୍ଡ ସଭ୍ୟା ମଧୁସ୍ମିତା ବେହେରାପାତ୍ର, ହାତିମୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନବନିତା କପାଟପାତ୍ର, ସମିତି ସଭ୍ୟା ଶ୍ରୀମତୀ ସିବାନୀ ବିନ୍ଧାଣି, ନାଏବ ସରପଞ୍ଚ ରାଇସା କପାଟପାତ୍ର, ସରାମୁଳି ନାଏବ ସରପଞ୍ଚ କୂଳରଞ୍ଜନ ଉଠାଣସିଂ,ତାଜୁଙ୍ଗିଆ ସମିତି ସଭ୍ୟ ଅକ୍ଷୟ କୁମାର ନାୟକ, ଜିଲାପରିଷଦ ସଭ୍ୟା ଶ୍ରୀମତୀ ଦୀପିକା ମୁଠାମାଝୀଙ୍କ ସହିତ ସ୍ୱେଚ୍ଛା ସେବୀ ବିକ୍ରମାଦିତ୍ୟ ବସ୍ତିରାୟ, ଅଶୋକ ଦିଗାଲ, ଅଞ୍ଚଳର ବୁଦ୍ଧିଜୀବି ସମେତ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଥମେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ଉପସ୍ଥିତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ୱାଗତ କରାଯାଇ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ଉପସ୍ଥିତ ଥିବା ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୁଚନା ଦେବା ସହିତ ପ୍ରତ୍ୟେକ କାର୍ଯ୍ୟ ଲୋକାଭିମୁଖୀ ହେବା ନିମନ୍ତେ “ଆମଗାଁ ” ସମ୍ପାଦକ କିଶୋର ବଳିୟାରସିଂ ନିଜ ବକ୍ତବ୍ୟରେ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛା ସେବୀ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.