ଗ୍ରାହକ ସାଜି ଅଳଙ୍କାର ଦୋକାନରୁ ଚୋରୀ, ଚାରି ଗିରଫ

add-all

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ଗ୍ରାମର ଗୋଟିଏ ଅଳଙ୍କାର ଦୋକାନରୁ ଚୋରୀ ଘଟଣାରେ ଜରଡା ପୋଲିସ ଚୋରି ଜିନିଷ ଜବତ କରିବା ସହ ତିନି ମହିଳା ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ରୁ ପ୍ରକାଶ ଯେ,ପାତ୍ରପୁର ବଜାରରେ ଥିବା ବାଣୀଶ୍ରୀ ଜୁଏଲର ଦୋକାନ ରୁ ଗତ ୨୬ ତାରିଖରେ ଗ୍ରାହକ ସାଜି ଚାରିଜଣ ପ୍ରାୟ ଦୁଇ କିଲୋଗ୍ରାମ ପାଉଁଜି ମୁଦି( ରୁପା ଅଳଙ୍କାର) ଚୋରୀ କରି ନେଇଥିଲେ ।

ଦୋକାନୀ ଚୋରୀ ସମ୍ପର୍କରେ ଜାଣିବା ପରେ ଜରଡା ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ଦୋକାନରେ ପହଂଚି ସି ସି ଟିଭି ଯାଞ୍ଚ କରିଥିଲେ।ଏହାକୁ ଭିତି କରି ବ୍ରହ୍ମପୁର ହରଡା ଖଣ୍ଡି ଅଂଚଳର ତିନିଜଣ ମହିଳା ଝୁନୁ ଦାଶ,ସୁଶିଳା ଦାଶ,ଝୁମୁରି ଦାଶ ଏବଂ ଜଣେ ପୁରୁଷ କୋରାମଣି ଗୌଡ଼ ଙ୍କୁ ଗିରଫ କରି ଥିଲେ। ଗିରଫ ବ୍ୟକ୍ତିଙ୍କ ପାଖରୁ ଚୋରୀ ରୁପା ପାଉଁଜୁ ସହିତ କେତେକ ପାଉଞ୍ଜି ବିକ୍ରୀ କରି ରଖିଥିବା ୧୨ହଜାର ୨୦୦ଟଙ୍କା ଜବତ କରିଥିବା ଏସଆଇ ସତ୍ୟ ନାରାୟଣ ପାଢ଼ୀ କହିଛନ୍ତି। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.