ରାଉରକେଲା ବନ୍ଧମୁଣ୍ଡା ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ବିଦ୍ୟୁତ ସବ୍ ଷ୍ଟେସନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ନଷ୍ଟ

add-all

ରାଉରକେଲା(୨୮/୦୩) : ରାଉରକେଲା ବନ୍ଧମୁଣ୍ଡା ଥାନା ସି ସେକ୍ଟର ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ଇଲେକ୍ଟ୍ରିକ ସବ ଷ୍ଟେସନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଏହି ରୁମ ରେ ଥିବା ୪୦ କେବି ଜେନେରେଟର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି। ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଜେନେରେଟର ସହ ଅନ୍ୟାନ୍ୟ ମୂଲ୍ୟବାନ ଇଲେକ୍ଟ୍ରିକ ଉପକରଣ ମଧ୍ୟ ପୋଡି ନଷ୍ଟ ହୋଇ ଯାଇଥିବାର ସୂଚନା ମିଳିଛି । ସୋମବାର ଅପରାହ୍ନ ସାଢେ ୪ଟା ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି। ବିଦ୍ୟୁତ ସରବରାହ ବ୍ୟାହତ ହେଲେ ବନ୍ଧମୁଣ୍ଡା ରେଳବାଇ ଡାକ୍ତରଖାନା କୁ ଏହି ଜେନେରେଟର ଦ୍ଵାରା ବିଦ୍ୟୁତ ଯୋଗାଣ କରାଯାଉଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗ କୁ ଖବର ଦେଲା ପରେ ମଧ୍ୟ ଠିକ ସମୟରେ ବିଭାଗୀୟ ଅଧିକାରୀ ମାନେ ପହଁଚି ନପାରିବାରୁ କ୍ଷତି ଅଧିକ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ad-week
Leave A Reply

Your email address will not be published.