ବାଲ୍ୟ ବିବାହ ରୋକ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ…

add-all

ମାଲକାନଗିରି : ଜିଲ୍ଲାରେ ବାଲ୍ୟ ବିବାହ ରୋକ ପାଇଁ 50ଦିନିଆ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ସମାରୋହ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରସେନ ପ୍ରଧାନଙ୍କ ଦ୍ୱାରା ପତକା ଦେଖାଇ ଶୁଭ ଆରମ୍ଭ କରାଯାଇଥିଲା ଏହା ପରେ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ମହିଳାମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ନେଇ ସଚେତନତା ରାଲି କରାଯାଇଥିଲା l ଏହି ରାଲି ରେ ବାଲ୍ୟବିବାହ ବନ୍ଦ ତଥା ଗ୍ରାମାଞ୍ଚଳରେ ସଚେତନ ସୃଷ୍ଟି କରିବା ନିମନ୍ତେ ଏକ 50ଦିନିଆ ଜନସମ୍ପର୍କ କାର୍ଯ୍ୟକ୍ରମ କରିବା ଲକ୍ଷ୍ୟ ରଖାଯାଇଥିଲା l ପରେ ପରେ ମାଲକାନଗିରି ସଂସ୍କୃତିଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ସର୍ବେ ପ୍ରଥମେ ମାଲକାନଗିରି ଭୂମି ପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବାଲ୍ୟବିବାହ ଉପରେ ରୋକ ଗ୍ରାମୀଣ ତଥା ଆଦିବାସୀ ବହୁଳ ଗ୍ରାମରେ ସଚେତନତା ସୃଷ୍ଟି କରିବା ଓ ଏହା କୁ ପରିଣତି ବିଷୟରେ ବୁଝାଇବା ସହ ନାବାଳିକାମାନଙ୍କୁ ଏହି ଦିଗ ପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହିଳା ଓ ଶିସୁକଲ୍ୟାଣ ବିଭାଗର ଅଧିକାରୀ ନାରାୟଣ ଦାସଙ୍କ ଦ୍ୱାରା ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ-ଅକ୍ଷୟ କୁମାର ଖେମୁଣ୍ଡୁ, ଅତରିକ୍ତ ଜିଲ୍ଲାପାଳ -ବିରସେନ ପ୍ରଧାନ, ଜିଲ୍ଲାପରିଷଦ ଅଧକ୍ଷା-ସୋମରି ତାଙ୍ଗୁଲୁ , ମାଲକାନଗିରି ବିଧାୟକ -ଆଦିତ୍ୟ ମାଢି,ଡ଼ି.ଏସ.ଡବ୍ଲୁ.ଓ-ସୌଦାମିନୀ ପ୍ରଧାନ,ଚ୍ୟାର ପର୍ସନ-ଅଶୋକ ପଟ୍ଟନାୟକଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ମଂଚାସୀନ ରହିଥିଲେ l

ad-week
Leave A Reply

Your email address will not be published.