ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର

add-all

ବଲାଙ୍ଗିର: ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ।

ପୁଷ୍ପାଞ୍ଜଳି ସାତମାସର ଗର୍ଭବତୀ ଥିବା ବେଳେ ଆଜି ତାଙ୍କ ବାପଘର ଲୋକେ ପିଠାଖୁଆ କାର୍ଯ୍ୟକ୍ରମ ରଖିଥିଲେ।

କିନ୍ତୁ ଝିଅ ଘରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇ ପୋଲିସରେ ଖବର ଦେଇଥିଲେ। ସଦର ଥାନା ପୋଲିସ ମୃତ୍ୟୁର ତଦନ୍ତ ଆରମ୍ଭ ହୋଇଛି। ତାଙ୍କ ସ୍ୱାମୀ ଫେରାର ରହିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.